ନୟାଗଡ଼,(ବାଘୁଆବାର୍ତ୍ତା): କୁଖ୍ୟାତ ଡକାୟତ ପ୍ରଭାତ କୁମାର ରାଉତ ଓରଫ ପାଙ୍ଗା ହତ୍ୟା ଘଟଣାରେ ସଦରଥାନା ପୁଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଦୁଇ ଜଣ ହେଲେ ବାରବାଟି ଗ୍ରାମର ସଂସାରୀ ଲେଙ୍କାଙ୍କ ପୁଅ ଅନୁଜ ରାଉତରାୟ(୪୨) ଏବଂ ଲକ୍ଷ୍ମଣ ଭଟ୍ଟଙ୍କ ପୁଅ ସୁକାନ୍ତ କୁମାର ଭଟ୍ଟ(୪୦) ବୋଲି ସୂଚନାମିଳିଛି । ସୁକାନ୍ତଙ୍କୁ ଆପିସି ଦଫା ୩୦୨ ଏବଂ ୩୪ ହତ୍ୟା ମାମଲାରେ ଗିରଫ କରାଯାଇଥିବା ବେଳେ ଅନୁଜଙ୍କୁ ୩୦୨, ୧୦୯, ୩୪ ଦଫାରେ ଗିରଫ କରଯାଇଥିବା ସୁତ୍ରରୁ ଜଣାଯାଇଛି । ତେବେ ପୁଲିସର ଏହି ଗିରଫ ଦାରୀ ଥାନା ଅଧିକାରୀଙ୍କୁ ଅପାରଗତା ଲୁଚାଇବା ଉଦ୍ୟମ ବୋଲି ବାରବାଟି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗ୍ରାମ କମିଟି ସମ୍ପାଦକ ଥିବା ଅନୁଜ ପାଙ୍ଗା ଡକାୟତୀ ଉଦ୍ୟମ ପରେ ପ୍ରଥମେ ପୁଲିସ ଖବର ଦେଇଥିଲେ । ଅନୁଜଙ୍କଠାରୁ ଖବରପାଇ ପୁଲିସ ପାଙ୍ଗାକୁ ଉଦ୍ଧାର କରି ଉଦ୍ଧାର କରି ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳରେ ଭର୍ତ୍ତୀ କରିବା ସମୟରେ ମୃତ୍ୟୁ ଘଟିଥିଲା । ମାତ୍ର ଏହି ଘଟଣାରେ ଆଦୈା ସଂପୃକ୍ତ ନଥିବା ଅନୁଜଙ୍କୁ ଥାନା ଅଧିକାରୀ ନିଜର ଅପାରଗତା ଲୁଚାଇବାକୁ ଯାଇ ତରବରିଆ ଗିରଫ କରିଥିବା ଘଟଣା ବାରବାଟୀ ଗ୍ରାମବାସୀଙ୍କ ମଧ୍ୟରେ ତତଲା ବାତାବରଣ ସୃଷ୍ଟି କରିଛି । ପକୃତ ହତ୍ୟାକାରୀକୁ ଗିରଫ କରି ନପାରି ଥାନା ଅଧିକାରୀ କାହିଁକି ଏଭଳି ନିଷ୍ପତ୍ତି ନେଇଛନ୍ତି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଉକ୍ତଦିନ ଅନୁଜ କିଛି ଗ୍ରାମବାସୀଙ୍କ ସହ ଆସି ସଦରଥାନା ସାମନା ନୂଆ ବସଷ୍ଟାଣ୍ଡରେ ଥିବା ବେଳେ ନୟାଗଡ଼ ଏସ୍ପିଙ୍କୁ ଥାନା ଘେରାଉ କରିବା ନେଇ କିଏ ଭୁଲ ସୂଚନା ଦେଇଥିଲା ତାକୁ ନେଇ ପ୍ରଶ୍ନ ଉଠିଛି । ଏପରିକି ଗ୍ରାମରେ ଏକ ଜଳଖିଆ ଦୋକାନୀ ବାସନ ମାଜୁଥିବା ଅବସ୍ଥାରେ ପୁଲିସ ଉଠାଇ ଆଣି ମାମଲାରେ ଫସାଇବାର ମିଛ ଧମକ ଦେଖାଇ ମୋଟ ଅଙ୍କର ଫାଇଦା ମାରିଥିବା ମଧ୍ୟ ଚର୍ଚ୍ଚା ଜୋର ଧରିଛି । ଏହି ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇଁ ବାରବାଟୀ ଗ୍ରାମବାସୀ ଏସ୍ପିଙ୍କୁ ନିବେଦନ କରିଛନ୍ତି । ଏଥିସହିତ ମିଥ୍ୟା ଆରୋପ ଲଗାଇ ଗ୍ରାମ ସଂମ୍ପାଦକଙ୍କୁ ଗିରଫ କରିଥିବା ଥାନା ଅଧିକାରୀଙ୍କୁ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।






