ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ସଦରଥାନା ଅନ୍ତର୍ଗତ ଜାମୁସାହିଠାରେ ଘଟିଥିବା ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ଆଜି ପୁଲିସ ଘଟଣାର ୩ ବର୍ଷ ପରେ ୫ ଜଣ ଅଭିଯୁକ୍ତକୁ ଗିରଫ କରିଛି । ୨୦୧୮ ମସିହା ଅପ୍ରେଲ ମାସରେ ସାଇଟ ମାରିବାକୁ ନେଇ ହୋଇଥିବା ବଚସା କାରଣରୁ ଶ୍ରୀଧର ବାରିକ ଏବ ତାଙ୍କ ବନ୍ଧୁଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ଜାମୁସାହି ଗ୍ରାମର ରାଜ କିଶୋର ମହାପାତ୍ର, ବିଜୟ ରାଉତ, ସୁରେଶ ଚନ୍ଦ୍ର ରାଉତ, ପୂର୍ଣ୍ଣଚନ୍ଦ୍ର ରାଉତ, ସୋମନାଥ ଦଳବେହେରାଙ୍କୁ ଗିରଫ କରାଯାଇଥିବା ଥାନା ଅଧିକାରୀ ଦିପକ ଖଣ୍ଡାୟତରାୟ ସୂଚନା ଦେଇଛନ୍ତି ।






