ନୟାଗଡ଼,(ବାଘୁଆବାର୍ତ୍ତା): ସାବିତ୍ରୀ ଅମାବାସ୍ୟାରେ ଜଣେ ମହିଳାଙ୍କୁ ହାତ ବାରିସରେ ହାଣିବା ଅଭିଯୋଗରେ ପୁଲିସ ସ୍ୱାମୀକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ସଦରଥାନା ଅନ୍ତର୍ଗତ ଢେଙ୍କେଣା ଗ୍ରାମର ଜିତେନ୍ଦ୍ର ମହାରଣା । ସାବିତ୍ରୀ ବ୍ରତ ପାଇଁ ଲୁଗାକୁ ନେଇ ଉଭୟ ଦମ୍ପତ୍ତିଙ୍କ ମଧ୍ୟରେ କଳହ ହୋଇଥିଲା । ଏଥିରେ ଉତକ୍ଷୀପ୍ତ ହୋଇ ଜିତେନ୍ଦ୍ର ଏକ ହାତ ବାରିସରେ ତାଙ୍କ ପତ୍ନୀ ବନିତା ମହାରଣାଙ୍କୁ ଆକ୍ରମଣ କରିବାରୁ ସେ ଆହାତ ହୋଇଥିଲେ । ଥାନାରେ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଆଜି ଜିତେନ୍ଦ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । କୋର୍ଟରେ ଜାମିନ ନାମାଞ୍ଜୁର ହେବାରୁ ତାଙ୍କୁ ଖୁଣ୍ଟୁବନ୍ଧ ଉପ କାରାଗାରକୁ ପଠାଇ ଦିଆଯାଇଛି ।





