ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ସଦରଥାନା ଅନ୍ତର୍ଗତ କିରିଆଲାଞ୍ଜି ଗ୍ରାମରେ କାଜୁ ବଗିଚାକୁ ନେଇ ବିବାଦରୁ ଜଣେ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା । ଉକ୍ତ ଗ୍ରାମର ଦଣ୍ଡୁ ପ୍ରଧାନ ଏବଂ ସାହି ବାସିନ୍ଦା କାଜୁ ବଗିଚାକୁ ଯାଇଥିବା ବେଳେ କିଛି ବ୍ୟକ୍ତି କାଜୁ ଚୋରୀ କରୁଥିବା ଦେଖିବାକୁ ପାଇଥିଲେ । ସେମାନେ ଏହାକୁ ବିରୋଧ କରିବା କାରଣକୁ ନେଇ ଝରଣା ଗାଁର କିଛି ବ୍ୟକ୍ତି ଦଣ୍ଡଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ତାଙ୍କୁ ଟାଙ୍ଗିଆ ଓ ଭୁଜାଲୀରେ ମରଣାନ୍ତକ ଆକ୍ରମଣ ଫଳରେ ଦଣ୍ଡୁଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ହୋଇଥିଲା । ଏହି ଘଟଣାରେ ସଦରଥାନା ପୁଲିସ ଝରଗାଁ ଗାଁର ନାରଣ ନାୟକଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଅନ୍ୟମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଥାନା ଅଧିକାରୀ ଦିପକ କୁମାର ଖଣ୍ଡାୟତରାୟ ସୂଚନା ଦେଇଛନ୍ତି ।





