Saturday, September 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିଅର ଓସି ବ୍ଲୁ ଜବତ, ଜଣେ ଗିରଫ୍

by ସଞ୍ଜୟ ସ୍ୱାଇଁ
May 20, 2021
in Breaking, Nayagarh
ବିଅର ଓସି ବ୍ଲୁ ଜବତ, ଜଣେ ଗିରଫ୍
751
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ସଦର ଥାନା ପୁଲିସ୍ ଆଜି ସିତାରାମପୁର ରେଲୱେ ଓଭରବ୍ରିଜ୍ ନିକଟରୁ ଜଣେ ବ୍ୟକ୍ତି ଠାରୁ ଚୋରା ମଦ ଓ ସ୍କୁଟି ଜବତ କରିବା ସହିତ ବ୍ୟବସାୟ କୈଳାସ ସାହୁକୁ ଗିରଫ୍ କରିଛି । ସୂଚନାନୁସାରେ, ନୟାଗଡ଼ ସଦରଥାନା ଅନ୍ତର୍ଗତ ଢେଙ୍କେଣା ପଞ୍ଚାୟତ ଅଧିନରେ ଥିବା ସିତାରାମପୁର ଅଞ୍ଚଳରେ ଚୋରାରେ ମଦ ବ୍ୟବସାୟ ହେଉଥିଲା । ସଦର ଥାନା ପୁଲିସ୍ ବିଶେଷ ସୁତ୍ରରୁ ଖବର ପାଇ ଆଜି ସଂଧ୍ୟାରେ ପେଟ୍ରୋଲିଂ କରୁଥିବା ବେଳେ କୈଳାସ ସାହୁ ଏକ ସ୍କୁଟିରେ ମଦ ନେଇ ଯାଉଥିଲା । ପୁଲିସ ଅଟକାଇବାରୁ ଗାଡ଼ି ଛାଡି ଦୌଡି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ କାବୁ କରି ଥାନାକୁ ଆଣିଥିଲା । ସ୍କୁଟିରୁ ୧୬.୧୪୦ମିଲି ଲିଟର ବିଅର, ଓସି ବ୍ଲୁ ମଦ ଓ ସ୍କୁଟି ଜବତ କରିଛି ପୁଲିସ୍ । ଥାନାରେ କେସ୍ ନଂ ୭୫/୨୧ରେ ଏକ ମାମଲା ଋଜୁ କରି କୈଳାସ ସାହୁକୁ ଗିରଫ୍ କରାଯାଇଛି ଆସନ୍ତା କାଲି କୋର୍ଟ ଚାଲାଣ କରାଯିବ ବୋଲି ସଦର ଥାନା ଅଧିକାରୀ ଦୀପକ୍ କୁମାର ଖଣ୍ଡାୟତରାୟ ସୂଚନା ଦେଇଛନ୍ତି । ଉକ୍ତ ଚଢଉରେ ଉପଆରକ୍ଷୀ ନିରୀକ୍ଷକ ଏସ୍ ବେହେରା, ଉପଆରକ୍ଷୀ ନିରୀକ୍ଷକ ସୋଫିଆ ମିଶ୍ର, ଏଏସଆଇ ଆର କଅଁର ଓ ଦୁଇ ଜଣ ଗୃହରକ୍ଷୀ ସାମିଲ ଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!