Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମାଙ୍କ ୨୦୬ ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ

by ସଞ୍ଜୟ ସ୍ୱାଇଁ
December 30, 2024
in Nayagarh, State
କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମାଙ୍କ ୨୦୬ ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ
131
VIEWS
Share on FacebookShare on Twitter

ଶରଣକୁଳ, (ବାଘୁଆବାର୍ତ୍ତା): ସଦାନନ୍ଦ ସାହିତ୍ୟ ପରିଷଦ ଓ ପୂଜ୍ୟ ପୂଜା କମିଟି ଶରଣକୁଳ ପକ୍ଷରୁ ରୀତି ଯୁଗୀୟ କାବ୍ୟ ସାହିତ୍ୟର ଅନନ୍ୟ ସ୍ରଷ୍ଟା ତଥା ଉତ୍କଳ ସାହିତ୍ୟ ଆକାଶର ପ୍ରଥମ କବିସୂର୍ଯ୍ୟ, ବୈଷ୍ଣବ କବି ” କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା “ଙ୍କ ୨୦୬ ତମ ଶ୍ରାଦ୍ଧ ବାର୍ଷିକୀ ଶରଣକୁଳ ଭିକାରିପଡା ସ୍ଥିତ କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା ପବ୍ଲିକ ସ୍କୁଲ ପରିସରରେ ସୋମବାର ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ସଂସ୍କୃତପଣ୍ଡିତ କିଶୋର ଚନ୍ଦ୍ର କର, ସଙ୍ଗୀତ ନିର୍ଦ୍ଦେଶକ ଓ କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶ, ସ୍କୁଲ ଅଧ୍ୟକ୍ଷ ନୀଳମାଧଵ ତ୍ରିପାଠୀ, କବି ବ୍ରଜ କିଶୋର ମିଶ୍ର, ନୀଳମାଧଵ ମିଶ୍ର, ନିରଞ୍ଜନ ପ୍ରଧାନ, ରାଜେନ୍ଦ୍ର କୁମାର ତ୍ରିପାଠୀ, ରବୀନ୍ଦ୍ର କୁମାର ତ୍ରିପାଠୀ, ଜୟ କୃଷ୍ଣ ସାହୁ,ଚିତ୍ତରଞ୍ଜନ ଦାଶ,ଦିଲ୍ଲୀପ କୁମାର ମଣ୍ଡଳ ଓ କବୀ ନଳିନୀ ଦାଶ,ପ୍ରମୁଖ ଯୋଗ ଦେଇ କବିସୂର୍ଯ୍ୟ ସଦାନନ୍ଦଙ୍କ ପ୍ରତିମୂର୍ତ୍ତିରେ ଧୂପ, ଦୀପ ସହିତ ପୁଷ୍ପମାଲ୍ୟା ଅର୍ପଣ କରିଥିଲେ । କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶ ସଦାନନ୍ଦଙ୍କ ରଚିତ “ମଣିମା ଶୁଣିମା ହେଉ ଗରିବ ଡାକ “ଗୀତଟିକୁ ଗାନ କରିବା ପରେ ଉପସ୍ଥିତ କବି ଓ ସାହିତ୍ୟିକ ମାନେ ସଦାନନ୍ଦଙ୍କ କାବ୍ୟକୃତି ନିଷ୍ଠା ନୀଳମଣି, ଯୁଗଳ ରାସାମୃତ ଲହରୀ, ନାମ ଚିନ୍ତାମଣି, ଯୁଗଳ ରସାମୃତ ଭଉଁରୀ ଓ ସଙ୍ଗୀତ ସଦାନନ୍ଦ କାବ୍ୟ ଉପରେ ଆଲୋଚନା କରିଥିଲେ । ସୂଚନାଯୋଗ୍ୟ ଯେ, ସଦାନନ୍ଦ ୧୭୩୮ ଖ୍ରୀଷ୍ଟାଦ୍ଦରେ ନୟାଗଡ ଜିଲ୍ଲା ପ୍ରଶିଦ୍ଧ ଶୈବକ୍ଷେତ୍ର ଶରଣକୁଳ ନିକଟସ୍ଥ ଭିକାରିପଡା ବ୍ରାହ୍ମଣ ଶାସନ ଏକ କୁଳୀନ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ନିଜର କାବ୍ୟ କୃତି ପାଇଁ ବହୁ ଉତ୍କଳୀୟ ରାଜାଙ୍କର ରାଜକବି ରୂପେ ରାଜସଭା ବିମଣ୍ଡନ କରିଥିବା ବେଳେ ୧୭୮୩ ଖ୍ରୀଷ୍ଟାବ୍ଦରେ ପୁରୀ ଗଜପତି ବୀର କେଶରୀ ଦେବ ସଦାନନ୍ଦଙ୍କୁ “କବିସୂର୍ଯ୍ୟ “ଉପାଧିରେ ଭୂଷିତ କରିଥିଲେ । ସଦାନନ୍ଦ ରାଧାକୃଷ୍ଣଙ୍କ ଉପରେ ୨୪ଟି କାବ୍ୟ ରଚନା କରିବା ସହିତ ବୈଷ୍ଣବ ଧର୍ମ ପ୍ରଚାରରେ ନିଜର ସମସ୍ତ ସମୟକୁ ଉପଯୋଗ କରି ଶେଷରେ କେନ୍ଦ୍ରାପଡା ଜିଲ୍ଲା ଢ଼ାବଳ ଠାରେ ଥିବା ମଠରେ ଇହଲୀଳା ସମ୍ବରଣ କରିଥିଲେ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!