ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ପୁରୁଣା ବସ ଷ୍ଟାଣ୍ଡଠାରେ ଆଜି ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯାଇଛି । ନୟାଗଡ଼ ପୁଲିସ, ପରିବହନ ବିଭାଗ, ସିଭିଲ ସୋସାଇଟ ଓ ବସ ଆସୋସିଏସନ ପକ୍ଷରୁ ମିଳିତ ଭାବେ ପାଳନ କରାଯାଇଛି । ଆଜିର ଏହି ଦିବସରେ ନୟାଗଡ଼ ଆରକ୍ଷୀ ଅଧୀକ୍ଷକ ଏସ.ସୁଶ୍ରୀ ଯୋଗ ଦେଇ ସଡ଼କ ସୁରକ୍ଷା ସପ୍ତାହ ଅବସରରେ ସଚେତନତା ବାର୍ତା ବାଣ୍ଟିଥିଲେ । ବିଭିନ୍ନ ଲୋକଙ୍କୁ ସଡ଼କ ସୁରକ୍ଷା ସମ୍ବନ୍ଧୀୟ ସଚେତନତା ପତ୍ର ବଣ୍ଟନ କରାଯାଇଥିଲା । ଏଥି ସହିତ ଯେଉଁ ମାନେ ହେଲମେଟ ପିନ୍ଧି ନଥିଲେ ସତର୍କତା କରାଯିବା ସହ ହେଲମେଟ ପ୍ରଦାନ କରାଯାଇଥିଲା ।

ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା କରାଯାଇଥିଲା । ଗାଡି ଚଳାଇବାବେଳେ ମୋବାଇଲରେ କଥାବାର୍ତା ହେବା, ମଦ୍ୟପାନ କରି ଗାଡି ଚଳାଇବା, ହେଲମେଟ ନପିନ୍ଧିବା, ବାଇକରେ ତିନି ଜଣ ବସି ଯିବା ବ୍ୟକ୍ତି ମାନଙ୍କୁ ସଚେତନତା କରାଯିବା ସହ ସେମାନଙ୍କୁ ହେଲମେଟ ବଣ୍ଟନ କରାଯାଇଥିଲା । ଟ୍ରାଫିକ ନିୟମ ନମାନୁଥିବା ଲୋକ ମାନଙ୍କୁ ଯମ ରାଜ ବେଶରେ ସଚେତନତା କରାଯାଇଥିଲା । ନିୟମ ନମାନିଲେ ଯମରାଜଙ୍କ ପ୍ରହାର ସହ ଚିତ୍ରଗୁପ୍ତଙ୍କ ମାଧ୍ୟମରେ ଖୁବ ଶୀଘ୍ର ଯମ ପୁରକୁ ଜିବ ବୋଲି ସଚେତନତା କରାଯାଇଥିଲା ।

ପ୍ରତ୍ୟେକ ବ୍ୟକ୍ତି ଗାଡି ଚଳାଇବା ବେଳେ ହେଲମେଟ ପିନ୍ଧିବା ନିହାତି ଜରୁରୀ ବୋଲି ସଚେତନତା କରାଯାଇଥିଲା । ଏହି ଅବସରରେ ଆଞ୍ଚଳିକ ପରିବହନ ଅଧିକାରୀ ପ୍ରଶାନ୍ତ ପରିଡା ୯ ହଜାର ଚାଲାଣ କଟାଯିବା ସହ ୬୩ ଲକ୍ଷ ଟଙ୍କା ଆଦାୟ କରାଯାଇଥିବା ସୁଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମ ଏକ ମାସ ଧରି ଚାଲୁ ରହିବ ବୋଲି ସେ ପ୍ରକାଶ କରିଥିଲେ ।

ନିୟମକୁ ନମାନିଲେ ନିଜ ପରିବାରର କ୍ଷତି ହେବ ବୋଲି ପ୍ରକାଶ କରିଥିଲେ । ଉକ୍ତ କାର୍ଯ୍ରକ୍ରମରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ଏସଡିପିଓ ସୁଦର୍ଶନ ଗାଙ୍ଗୋଇ, ବସ ଆଶୋସିଏସନର ସଭାପତି ମନୋଜ ନାୟକ, ସମ୍ପାଦକ ସେକ ଇସୁବ, ସିଭିଲ ସୋସାଇଟ ପକ୍ଷରୁ ଗୋଦାବରୀଶ ମିଶ୍ର, ଭଗବତୀ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ । ଏଥି ସହିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗର ଲୋକ ସାମିଲ ହୋଇଥିଲେ ।






