Sunday, June 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପ୍ରବାସୀ ଶ୍ରମିକଙ୍କୁ ସାହା ହେଲେ ସବ୍ୟସାଚୀ

by ସଞ୍ଜୟ ସ୍ୱାଇଁ
May 19, 2021
in Crime, State
ପ୍ରବାସୀ ଶ୍ରମିକଙ୍କୁ ସାହା ହେଲେ ସବ୍ୟସାଚୀ
72
VIEWS
Share on FacebookShare on Twitter

ଭୁବନେଶ୍ୱର (ବାଘୁଆବାର୍ତ୍ତା): ପୁଣି ପ୍ରବାସୀ ଶ୍ରମିକଙ୍କୁ ସାହା ହେଲେ ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ର । ତାମିଲନାଡୁରେ ନିର୍ଯ୍ୟାତନା ସହୁଥିବା ଭଦ୍ରକ ଅଞ୍ଚଳର ୩୫ ଜଣ ଓଡିଆ ଶ୍ରମିକଙ୍କୁ ଉଦ୍ଧାର କରିଛନ୍ତି । ଲକଡାଉନ କଟକଣା ଯୋଗୁ ଶ୍ରମିକମାନେ ସେଠାରେ ଫସି ରହିଥିଲେ । ବିଭିନ୍ନ ନିର୍ଯ୍ୟାତନାର ଶିକାର ହେବା ସହ ଜଣେ ବ୍ୟକ୍ତି ସେମାନଙ୍କୁ ମାଡ ମାରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହି ଭିଡିଓକୁ ଜଣେ ବ୍ୟକ୍ତି ସୋସିଆଲ ମିଡିଆରେ ସେୟାର କରିବା ସହ ସବ୍ୟସାଚୀଙ୍କୁ ଟ୍ୟାଗ କରିଥିଲେ । ପରେ ସବ୍ୟସାଚୀ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ । ସେଠାରେ ଫସିଥିବା ଜଣେ ଯୁବକଙ୍କ ଫୋନ ନମ୍ବର ସଂଗ୍ରହ କରି ଯୋଗାଯୋଗ କରିଥିଲେ । ପରେ ସେମାନଙ୍କୁ ଏକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଥିଲେ । ଓଡିଶା ପୁଲିସ ଓ ତାମିଲନାଡୁ ପୁଲିସ ସହାୟତାରେ ମାଡ ମାରୁଥିବା ବ୍ୟକ୍ତି ଜଣଙ୍କୁ ଗିରଫ କରାଯାଇଛି । ଘଟଣା ସମ୍ପର୍କରେ ତାମିଲନାଡୁ ପୁଲିସ ଡିଜିଙ୍କୁ ମଧ୍ୟ ଅବଗତ କରାଇଥିବା ସବ୍ୟସାଚୀ ଟ୍ୱିଟରରେ ସୂଚନା ଦେଇଛନ୍ତି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!