ଭୁବନେଶ୍ୱର (ବାଘୁଆବାର୍ତ୍ତା): ସାମ୍ବାଦିକ ସବନମ ଶିରିନଙ୍କ ପରଲୋକ । କରୋନାରେ ଆକ୍ରାନ୍ତ ହୋଇ ଆଖି ବୁଜିଛନ୍ତି ରାଜ୍ୟର ଆଉ ଜଣେ ସାମ୍ବାଦିକ । ୨ ଦିନ ପୂର୍ବରୁ କୋଭିଡ ପଜିଟିଭ ଚିହ୍ନଟ ପରେ ଭୁବନେଶ୍ୱର ସ୍ଥିତ ଏମସରେ ଚିକିତ୍ସିତ ହେଉଥିଲେ ସବନମ । ତେବେ ମଙ୍ଗଳବାର ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଦୂରଦର୍ଶନ ସମେତ ବିଭିନ୍ନ ଗଣମାଧ୍ୟମ ଏବଂ ଡେିଓ କାର୍ଯ୍ୟ କରିଛନ୍ତି ସବନମ୍ ଶିରିନ ।






