Monday, July 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଚିନ୍ତାରେ ସାବିତ୍ରୀ, କିପରି ପୂଜା ପାଇବେ ସତ୍ୟବାନ, ଗୋଟିଏ ଦିନରେ ସୂର୍ଯ୍ୟପରାଗ ଓ ସାବିତ୍ରୀ ପର୍ବ

by ସଞ୍ଜୟ ସ୍ୱାଇଁ
June 3, 2021
in Lifestyle, State
ଚିନ୍ତାରେ ସାବିତ୍ରୀ, କିପରି ପୂଜା ପାଇବେ ସତ୍ୟବାନ, ଗୋଟିଏ ଦିନରେ ସୂର୍ଯ୍ୟପରାଗ ଓ ସାବିତ୍ରୀ ପର୍ବ
830
VIEWS
Share on FacebookShare on Twitter

ଭୁବନେଶ୍ୱର (ବାଘୁଆବାର୍ତ୍ତା): ଜୁନ ୧୦ ତାରିଖରେ ସାବିତ୍ରୀ ବ୍ରତ ସହିତ ସୂର୍ଯ୍ୟପରାଗ ପଡୁଛି । ଏହି ଚିନ୍ତାରେ ଏବେ ଅଛନ୍ତି ସାବିତ୍ରୀମାନେ । ଅନ୍ୟପଟେ ଲକଡାଉନ ଲାଗି ଲୁଗାଦୋକାନ ବନ୍ଦ । ଜ୍ୟେଷ୍ଠ ମାସ ଅମାବାସ୍ୟା ତିଥି ବହୁତ ଖାସ । ହିନ୍ଦୁ ଧର୍ମରେ ଏହାକୁ ସାବିତ୍ରୀ ବ୍ରତ କୁହାଯାଏ । ଏହି ଦିନକୁ ସାବିତ୍ରୀ ଅମାବାସ୍ୟା ଭାବେ ପାଳନ କରାଯାଏ । ଏଥର ଜୁନ ୧୦ ତାରିଖରେ ବର୍ଷର ପ୍ରଥମ ସୂର୍ୟ୍ୟ ପରାଗ ମଧ୍ୟ ପଡୁଛି । ଅର୍ଥାତ ଗୋଟିଏ ଦିନରେ ସାବିତ୍ରୀ ଅମାବାସ୍ୟା ଓ ସୂର୍ୟ୍ୟ ପରାଗ ମଧ୍ୟ ଲାଗିବ । ଫଳରେ ଏହି ତିଥିର ମହତ୍ତ୍ୱ ଆହୁରି ବଢିଯିବ । ହିନ୍ଦୁ ପାଞ୍ଜି ଅନୁଯାୟୀ, ସୂର୍ୟ୍ୟ ପରାଗ ଜୁନ ୧୦ ତାରିଖ, ଗୁରୁବାର ଅପରାହ୍ନ ଗୋଟାଏ ୪୨ ମିନିଟରୁ ଆରମ୍ଭ ହେବ ଓ ସନ୍ଧ୍ୟା ୬ଟା ୪୧ ମିନିଟରେ ଶେଷ ହେବ । ଯେହେତୁ ସୂର୍ୟ୍ୟ ପରାଗ ଲାଗିବାର ୧୨ ଘଣ୍ଟା ପୂର୍ବରୁ ସୂତକ ଲାଗେ, ସୂତକ ସମୟରେ କୌଣସି ଶୁଭ କାର୍ୟ୍ୟ ଓ ପୂଜା ପାଠ କରାଯାଏ ନାହିଁ । ଫଳରେ ସାବିତ୍ରୀ ଅମାବାସ୍ୟା ବ୍ରତ ପାଳନ କରୁଥିବା ମହିଳାଙ୍କ ମନରେ ଅମାବାସ୍ୟା ଦିନ ପୂଜା କରିବା ସମୟକୁ ନେଇ ସନ୍ଦେହ ରହିଛି ଯେ କେଉଁ ସମୟରେ ମହିଳାମାନେ ପୂଜା କରିବେ ଚିନ୍ତା ବଢ଼ିଯାଇଛି । ଶାସ୍ତ୍ର ଅନୁଯାୟୀ, ସୂର୍ୟ୍ୟ ପରାଗ ଲାଗିବାର ୧୨ ଘଣ୍ଟା ପୂର୍ବରୁ ସୂତକ ଲାଗିଥାଏ । ସୂତକ କାଳରେ କୌଣସି ଶୁଭ କାର୍ୟ୍ୟ ବା ପୂଜା ପାଠ କରାଯାଏ ନାହିଁ । ମନ୍ଦିର କବାଟ ବନ୍ଦ କରିଦିଆଯାଏ । ମନ୍ଦିରରେ କିମ୍ବା କୌଣସି ଧାର୍ମିକ ସ୍ଥାନରେ ପୂଜା ପାଠ ହୁଏନାହିଁ । ଏହି ନିୟମ କେବଳ ପୂର୍ଣ୍ଣ ସୂର୍ୟ୍ୟ ପରାଗ ସମୟରେ ଲାଗୁ ହୁଏ । ଜୁନ ୧୦ ତାରିଖରେ ଭାରତରେ ଆଂଶିକ ସୂର୍ୟ୍ୟ ପରାଗ ଲାଗିବ । ଏହି ସୂର୍ୟ୍ୟ ପରାଗ ଭାରତର କିଛି ସ୍ଥାନରେ ଦୃଶ୍ୟମାନ ହେବ । ଆଂଶିକ ସୂର୍ୟ୍ୟ ପରାଗରେ ସୂତକ କାଳ ମାନ୍ୟ ନୁହେଁ । ସେଥିପାଇଁ ବିବାହିତା ସାବିତ୍ରୀ ବ୍ରତ ପୂଜା ଯେକୌଣସି ସମୟରେ କରିପାରିବେ । ବିବାହିତାମାନେ ପୂଜା କଲେ କୌଣସି ଦୋଷ ଲାଗିବନି । ସାବିତ୍ରୀ ବ୍ରତ ଶୁଭ ମୁହୂର୍ତ୍ତ – ବ୍ରତ ତିଥି – ଜୁନ ୧୦ ତାରିଖ, ଗୁରୁବାର । ଅମାବାସ୍ୟା ଆରମ୍ଭ – ଜୁନ ୯ ତାରିଖ ବୁଧବାର ଅପରାହ୍ନ ୧:୫୭ ମିନିଟ । ଅମାବାସ୍ୟା ସମାପ୍ତ – ଜୁନ ୧୦, ଗୁରୁବାର ସନ୍ଧ୍ୟା ୪:୨୦ ମିନିଟ । ବ୍ରତ ସମାପନ – ଜୁନ ୧୧, ଶୁକ୍ରବାର । ସୂର୍ୟ୍ୟ ପରାଗ – ପରାଗ ଜୁନ ୧୦, ଗୁରୁବାର ଅପରାହ୍ନ ୧:୪୨ ମିନିଟରେ ଆରମ୍ଭ ହେବ ଓ ସନ୍ଧ୍ୟା ୬:୪୧ ମିନିଟରେ ସମାପ୍ତ ହେବ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!