ସୂଚନା ଦିଆଯାଇଥିଲା ସତର୍କ ହେଲେନି
ନୟାଗଡ଼, (ବାଘୁଆବାର୍ତ୍ତା) : ରାଜ୍ୟ ସରକାରଙ୍କର ମୋ ସରକାର ଯୋଜନାରେ ଅନ୍ତଭୁକ୍ତ ୫ଟି ମାଧ୍ୟମରେ ନୟାଗଡ଼ ଜିଲ୍ଲାରୁ ଏଯାବତ୍ ୧୫ରୁ ଉର୍ଦ୍ଧ ସରକାରୀ କର୍ମଚାରୀଙ୍କୁ ନିଲମ୍ବନ ତଥା ବହିସ୍କୃତ କରା ସାରିଲାଣି । ସଦ୍ୟ ପ୍ରାପ୍ତ ସୁତ୍ରଅନୁସାରେ, ଜିଲ୍ଲାରେ ଏବେ ୧୫ରୁ ଉର୍ଦ୍ଧ କର୍ମଚାରୀଙ୍କ ମୁଣ୍ଡରେ ଖଣ୍ଡା ଝୁଲୁଛି । ଏହା ପୂର୍ବରୁ ବାଘୁଆବାର୍ତ୍ତା ସୂଚାଇ ଦେଇଥିଲେ ମଧ୍ୟ ସଂପୃକ୍ତ ଅଧିକାରୀ ତଥା କର୍ମଚାରୀ ତାଙ୍କ ସ୍ୱଭାବରେ ପରିବର୍ତ୍ତନ ଆଣି ନାହାନ୍ତି । ନୟାଗଡ଼ ଜିଲ୍ଲାର କିଛି ନିଦ୍ଦିଷ୍ଟ ବିଭାଗର ଅଧିକାରୀ ଓ କର୍ମଚାରୀ ୫ଟି ସ୍କାନରରେ ରହିଛନ୍ତି । ପ୍ରଥମେ ଆମେ ଗ୍ରାମ୍ୟ ଉନ୍ନୟନ ବିଭାଗ, ପୁଲିସ ବିଭାଗ, ବନବିଭାଗ, ସବ୍ରେଜିଷ୍ଟାର ଓ ଶିକ୍ଷା ବିଭାଗର କିଛି ଲାଂଚଖୋର୍ ଅଧିକାରୀଙ୍କର ମୁଣ୍ଡ ଗଡ଼ିବାର ସୂଚନା ପ୍ରଦାନ କରାଯାଇଥିଲା । ସୂଚନା ମୂତାବକ କୈାଣସି ଅଧିକାରୀ ସର୍ତକ ହେଲେ ନାହିଁ । ଫଳ ସ୍ୱରୁପ ଗ୍ରାମ୍ୟ ଉନ୍ନୟନ ବିଭାଗ ଉପରେ ଚଡ଼କ ପଡ଼ିଲା । ଅନ୍ୟ ବିଭାଗର ଅଧିକାରୀମାନଙ୍କର ଲାଂଚଖୋର ମନବୃତ୍ତି, ଉଦ୍ଦେଶ୍ୟ ମୂଳକ ଭାବେ ଫାଇଲ ଚପାଇବା, ନିଶା ସେବନ ଏମାନଙ୍କ ପାଇଁ କେତେବେଳେ କାଳ ହେବ କହିହେବ ନାହିଁ । ଏବେ ଜିଲ୍ଲାରେ ଭର୍ତ୍ତା ହଡ଼ପ, ଆବାସ ଯୋଜନାରେ ଅନିୟମିତତା, ପାଇଖାନା ଦୁର୍ନିତୀ ସଂମ୍ପର୍କରେ ପ୍ରତ୍ୟେକ ସ୍ଥାନରୁ ଅଭିଯୋଗ ଆସୁଛି । ଅନେକ ଅନିୟମିତା ପଦାକୁ ଆସିବାରେ ଲାଗିଛି । ଏପରିକି ଅନେକଙ୍କୁ ନୋଟିସ୍ ଜାରି କରାଯାଇଥିବା ବେଳେ ଭତ୍ତା ହଡ଼ପକୁ ନେଇ ଜଣେ ପଂଚାୟତ ନିର୍ବାହୀ ଅଧିକାରୀ ନିଲମ୍ବନ ହୋଇଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସବୁ ଘଟଣାର ଭିତିରିଆ ତଦନ୍ତ ଚାଲିଛି । ଏହାର ପରିଣାମ ଏତେ ଭୟଙ୍କର ହେବ ଯେ, ଅନେକ ମୁଣ୍ଡ ଗଡ଼ିବାର ସୂଚନା ମିଳିଛି । ଏଠାରେ ପ୍ରକାଶ ଯୋଗ୍ୟ, ଅନେକ କାର୍ଯ୍ୟାଳୟରେ ଅଧିକାରୀମାନେ ଜାଣିଶୁଣି ଫାଇଲ ଚାପି ଦିନେ ଦୁଇ ଦିନ ଛୁଟିରେ ରହିଥାନ୍ତି । ଛୁଟିରୁ ଆସିବା ପରେ ଗଦା ହୋଇଥିବା ଫାଇଲକୁ ଦସ୍ତଖତ କରିବା ପାଇଁ ଗୋଟିଏ ଦିନରେ ମୋଟା ଅଙ୍କ ଆଦାୟ କରି ପକେଟ୍ ଗରମ କରୁଥିବା ଜଣାପଡ଼ିଛି । ସେହିଭଳି ବନବିଭାଗର ଜଣେ ବରିଷ୍ଠ ଅଧିକାରୀ, ଯିଏ କି ନୟାଗଡ଼ ଜିଲ୍ଲାରେ ଦୀର୍ଘ ଦିନ ହେବ ରହି ଆସିଛନ୍ତି, ତାଙ୍କ ନାମରେ ସାଂଘାତିକ ଅଭିଯୋଗ ରହିଛି । ତଳିଆ କର୍ମଚାରୀଙ୍କୁ ଭୟଭୀତ କରାଇ ନିଜର ଫାଇଦା ନେଉଥିବା ବେଳେ ଉପରିସ୍ଥ ଅଧିକାରିଙ୍କ ନିକଟରେ ସଫାସୁତରା ଦେଖାଇ ହେଉଥିବା ସୁତ୍ରରୁ ଜଣାପଡ଼ିଛି । ନିକଟ ଅତିତୀରେ ଏକ ଘଟଣାର ତଦନ୍ତ କରିବାକୁ ଯାଇ ସଂପୃକ୍ତ ଅଧିକାରୀ ମୋଟା ଅର୍ଥ ଦାବି କରିଥିବା ଜଣାପଡ଼ିଛି ।





