Saturday, July 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭାରତ-ଚାଇନା ବିବାଦକୁ ନେଇ ମୁହଁ ଖୋଲିଲେ ରୁଷ ରାଷ୍ଟ୍ରପତି

by ସଞ୍ଜୟ ସ୍ୱାଇଁ
June 5, 2021
in NATIONAL NEWS
ଭାରତ-ଚାଇନା ବିବାଦକୁ ନେଇ ମୁହଁ ଖୋଲିଲେ ରୁଷ ରାଷ୍ଟ୍ରପତି
575
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଭାରତ-ଚାଇନା ସୀମାକୁ ନେଇ ଲାଗି ରହିଛି ବିବାଦ । ଯାହାକୁ ନେଇ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ମୁହଁ ଖୋଲିଛନ୍ତି । ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚାଇନାର ରାଷ୍ଟ୍ରପତି ସି ଜିନିପିଙ୍ଗଙ୍କ ଜଣେ ଜଣେ ଦାୟୀତ୍ୱବାନ ନେତା । ଦୁଇ ଦେଶ ମଧ୍ୟରେ ଚାଲିଥିବା ବିବାଦକୁ ସମାଧାନ କରିବାରେ ଉଭୟ ନେତା ସକ୍ଷମ । ତେଣୁ ଏହି ପ୍ରକ୍ରିୟାରେ କୌଣସି ଅତିରିକ୍ତ ଆଞ୍ଚଳିକ ଶକ୍ତି ପ୍ରବେଶ କରିବା କଥା ନୁହେଁ ବୋଲି ପୁଟିନ୍ କହିଛନ୍ତି । ଭାରତ, ଆମେରିକା, ଜାପାନ ଅଷ୍ଟ୍ରେଲିଆ ଗଠନ କରିଥିବା କ୍ୟୁଡାକୁ ରୁଷ ଖୋଲାଖୋଲି ଭାବେ ବିରୋଧ କରୁଛି । କେଉଁ ଦେଶ କାହା ସହ ମିଶି କ’ଣ ପଦକ୍ଷେପ ନେବ, ତା’ର ନିଷ୍ପତ୍ତି କିମ୍ବାର ତା’ଉପରେ ପ୍ରତିକ୍ରିୟା ଦେବା ରୁଷ ପାଇଁ ଠିକ୍ ନୁହେଁ । କାହା ବିରୋଧରେ ଷଡ଼ଯନ୍ତ୍ରର ଉଦ୍ଦେଶ୍ୟ ରଖି କୌଣସି ଦେଶ ଆଉ ଗୋଟିଏ ରାଷ୍ଟ୍ର ସହ ବନ୍ଧୁତା କରିବା ଉଚିତ୍ ନୁହେଁ । ରାଷ୍ଟ୍ରପତି ପୁଟିନଙ୍କୁ କ୍ୟୁଡା ଓ ଭାରତ ଏଥିରେ ଯୋଗଦେବା ସଂପର୍କରେ ପ୍ରଶ୍ନ କରାଯାଇଛି । ପୁଟିନ୍ ଆହୁରୀ ମଧ୍ୟ କହିଛନ୍ତି, ଭାରତ ଓ ଚାଇନା ମଧ୍ୟରେ କିଛି ତିକ୍ତତା ସୃଷ୍ଟି ହୋଇଛି । ଏଇଟା ବି ସତ ଯେ, ସବୁବେଳେ ଦୁଇ ପଡୋଶୀ ଦେଶଙ୍କ ମଧ୍ୟରେ କିଛି ନା କିଛି ସମସ୍ୟା ସୃଷ୍ଟି ହୋଇଥାଏ । ଉଭୟ ଭାରତ ପ୍ରଧାନମନ୍ତ୍ରୀ ଓ ଚାଇନାର ରାଷ୍ଟ୍ରପତି ହେଉଛନ୍ତି ଦାୟୀତ୍ୱବାନ ନେତା । ସେମାନେ ପରସ୍ପରଙ୍କୁ ବହୁତ ସମ୍ମାନ କରନ୍ତି । ତେଣୁ ଉଭୟ ଦେଶକୁ ଯେତେ ସବୁ ସମସ୍ୟା ଆସିଲେ ମଧ୍ୟ ଏହାର ସମାଧାନ କରିବାକୁ ସେମାନେ ନିଶ୍ଚିତ ଆଗେଇ ଆସିବେ । ହେଲେ ଏଥିରେ କୌଣସି ଅତିରିକ୍ତ ଆଞ୍ଚଳିକ ଶକ୍ତି ହସ୍ତକ୍ଷେପ କରିବା ଠିକ୍ ନୁହେଁ ବୋଲି ରୁଷ ରାଷ୍ଟ୍ରପତି ସୂଚନା ଦେଇଛନ୍ତି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!