Tuesday, November 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ୟୁକ୍ରେନ୍ ସେନାର ଋଷ ଉପରେ ପ୍ରଚଣ୍ଡ ପ୍ରହାର,୨୪ ଘଣ୍ଟାରେ ୪୦ ରୁଷିଆ ଯବାନ ମୃତ

by ସଞ୍ଜୟ ସ୍ୱାଇଁ
November 13, 2022
in WORLD
ୟୁକ୍ରେନ୍ ସେନାର ଋଷ ଉପରେ ପ୍ରଚଣ୍ଡ ପ୍ରହାର,୨୪ ଘଣ୍ଟାରେ ୪୦ ରୁଷିଆ ଯବାନ ମୃତ
101
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ୟୁକ୍ରେନ୍ ଓ ଋଷ୍ ଯୁଦ୍ଧ ଥମିବାର ନାଁ ଧରୁନି । ମିସାଇଲ ଓ ବୋମା ମାଡ଼ରେ ଧ୍ବସ୍ତବିଧ୍ବସ୍ତ ହୋଇଛି ୟୁକ୍ରେନ୍‌ର ଅଧିକାଂଶ ସହର । ସେପଟେ ୟୁକ୍ରେନ୍‌ ପାଲଟା ଆକ୍ରମଣ ଆରମ୍ଭ କରିଛି । ୟୁକ୍ରେନ୍ ସୈନ୍ୟଙ୍କ ପ୍ରଚଣ୍ଡ ପ୍ରହାରରେ ପଛଘୁଞ୍ଚା ଦେଉଛନ୍ତି ଋଷ୍‌ ସେନା । ଗତ ୨୪ ଘଣ୍ଟା ମଧ୍ୟରେ ୪୦ ଋଷିଆ ଯବାନଙ୍କ ମୃତ୍ୟୁ ହୋଇଛି । ୟୁକ୍ରେନ୍-ଋଷ୍ ଯୁଦ୍ଧ ୯ ମାସରେ ପହଞ୍ଚିଛି । ୟୁକ୍ରେନ୍ ଖେରସାନକୁ ନିଜ ଅକ୍ତିଆରକୁ ନେବା ପରେ ଆକ୍ରମଣାତ୍ମକ ରୂପ ଧାରଣ କରିଛନ୍ତି ସେନା । ଋଷ୍ କବଜାରେ ଥିବା ଗୋଟିଏ ପରେ ଗୋଟିଏ ପ୍ରାନ୍ତକୁ ମୁକ୍ତ କରୁଛନ୍ତି । ଦି କିଓ୍ବ ଇଣ୍ଡିପେଣ୍ଡଣ୍ଟର ରିପୋର୍ଟ ଅନୁଯାୟୀ, ୟୁକ୍ରେନ୍ ଦକ୍ଷିଣ ଅପରେସନାଲ କମାଣ୍ଡ ଶନିବାର ଦକ୍ଷିଣ ମୋର୍ଚେରେ ୪୦ ଜଣ ଋଷ୍ ଯବାନଙ୍କୁ ମାରିଛନ୍ତି । ଏହା ସହିତ ବିସ୍ଫୋରଣ କରି ୩ଟି ଅତ୍ୟାଧୁନିକ ସୈନ୍ୟ ଗାଡ଼ି ଧ୍ବଂସ କରିଛନ୍ତି । ଦକ୍ଷିଣ ଅପରେସନାଲ କମାଣ୍ଡଙ୍କ ସୂଚନା ଅନୁଯାୟୀ, ଋଷ୍ କୃଷ୍ଣ ସାଗରରେ ୧୮ଟି ଯୁଦ୍ଧ ଜାହାଜ ମୁତୟନ କରିଛି । ୮ଟିରେ କଲିବ୍ରି କ୍ରୁଜ୍ ବାଲାଷ୍ଟିକ୍ ମିସାଇଲ ନିକ୍ଷେପ କରିବାର କ୍ଷମତା ରଖିଥିବା ଜାହାଜ ରହିଛି । ହେଲେ ୟୁକ୍ରେନ୍ ସାମ୍ନାରେ ଧୀରେ ଧୀରେ ପଛଘୁଞ୍ଚା ଦେଉଛନ୍ତି ଋଷ ସୈନ୍ୟ । ଖେରସାନ୍ ସହରକୁ ମୁକ୍ତ କରିବାକୁ ଋଷ୍ ନିଷ୍ପତ୍ତି ନେଇଛି । ଯାହା ୟୁକ୍ରେନ୍ ପାଇଁ ବଡ଼ ବିଜୟ ବୋଲି କୁହାଯାଉଛି । ଅନ୍ୟପଟେ ଋଷ୍‌ର ଏହ ନିଷ୍ପତ୍ତି ଏକ ନୂଆ ଯୋଜନା ବୋଲି ୟୁକ୍ରେନ୍ ଆଶଙ୍କା କରୁଛି । ସହରରେ ଏବେବି ଋଷ୍ ସୈନ୍ୟ ଥିବା ଦାବି କରିଛି ଖେରସାନ ପ୍ରଶାସନ । ୟୁକ୍ରେନ-ଋଷ୍ ଯୁଦ୍ଧ ପାଇଁ ବିଶ୍ବର ଅଧିକାଂଶ ଦେଶର ଆର୍ଥିକ ସ୍ଥିତି ବିଗିଡ଼ି ଯାଇଛି । କୃଷ୍ଣ ସାଗରେ ଓ ଏହାର ଆଖପାଖ ଅଞ୍ଚଳରେ ବାଣିଜ୍ୟ କାରବାର ସମ୍ପୂର୍ଣ୍ଣ ଠପ୍ ହୋଇଛି । ଯୁଦ୍ଧରୁ ନିବୃତ୍ତ ରହିବାକୁ ଭଭୟ ଦେଶକୁ ପରାର୍ମଶ ଦେଇଛି ବିଶ୍ବ ସଂଗଠନ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!