Tuesday, September 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜଙ୍ଗଲରୁ ମିଳିଲା ୫୨ କିଲୋଗ୍ରାମର ସୁନା ଓ ୧୦ କୋଟି ଟଙ୍କା

by ସଞ୍ଜୟ ସ୍ୱାଇଁ
December 20, 2024
in NATIONAL NEWS
ଜଙ୍ଗଲରୁ ମିଳିଲା ୫୨ କିଲୋଗ୍ରାମର ସୁନା ଓ ୧୦ କୋଟି ଟଙ୍କା
296
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଆୟକର ବିଭାଗ ଶୁକ୍ରବାର ଭୋପାଳର ଏକ ଜଙ୍ଗଲରେ ପରିତ୍ୟକ୍ତ ଅବସ୍ଥାରେ ପଡିଥିବା ଇନୋଭା ଗାଡିରୁ ୫୨ କିଗ୍ରା ସୁନା ସାଙ୍ଗକୁ ୯.୮୬ କୋଟି ଟଙ୍କା ଜବତ କରିଛି। ଏନେଇ ଭୋପାଲର ପୋଲିସ କମିସନର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ବର୍ତ୍ତମାନ ଭୋପାଳ ଓ ଇନ୍ଦୋରର ବିଭିନ୍ନ କନଷ୍ଟ୍ରକସନ(ନିର୍ମାଣକାରୀ) କମ୍ପାନୀ ଉପରେ ପୋଲିସ ଚଢଉ କରୁଥିବା ବେଳେ ଏହି ଘଟଣା ସାମ୍ନାକୁ ଆସିଛି। କିଛିଦିନ ହେବ ଭୋପାଳ ପୋଲିସ ଭୋପାଳ ଓ ଇନ୍ଦୋରରେ ଥିବା ବିଭିନ୍ନ କନଷ୍ଟ୍ରକସନ କମ୍ପାନୀ ଗୁଡିକ ଉପରେ ଚଢଉ ଜାରି ରଖିଛି। ଏମିତି ଏକ ଚଢଉ ବେଳେ ଭୋପାଲ ପୋଲିସକୁ ଏହି ପରିତ୍ୟକ୍ତ କାର ସମ୍ପର୍କରେ ସୂଚନା ମିଳିଥିଲା। ସୂଚନା ଆଧାରରେ ୧୦୦ ଜଣ ପୋଲିସଙ୍କ ସହ ଆୟକର ବିଭାଗ ମିଳିତ ଭାବେ ଚଢଉ ଭୋପାଳର ମେନ୍ଦୋରି ଗାଁ ନିକଟ ଜଙ୍ଗଲରେ ଚଢଉ କରିଥିଲା। ଏହି ଚଢଉରେ ପୋଲିସ ଜଙ୍ଗଲରେ ପରିତ୍ୟକ୍ତ ଅବସ୍ଥାରେ ପଡିଥିବା କାରକୁ ଜବତ କରିଥିଲା। ଚଳିତ ସପ୍ତାହରେ ଆୟକର ବିଭାଗ ଭୋପାଳ ଓ ଇନ୍ଦୋରରେ ଥିବା ମୋଟ ୫୧ଟି କନଷ୍ଟ୍ରକସନ କମ୍ପାନୀଗୁଡିକ ଉପରେ ଚଢ଼ଉ କରିଛି। ଏହି ଚଢ଼ଉରେ ପୂର୍ବତନ ଆରଟିଓ କନେଷ୍ଟବଲ ସୈରଭ ଶର୍ମାଙ୍କ ଅଫିସ ଓ ଘରୁ ମୋଟ ୨.୮୫ କୋଟି ଟଙ୍କା ଜବତ କରିଥିଲା। ଲୋକାୟୁକ୍ତ ଡିଏସପି ରବିନ୍ଦ୍ର ସିଂଙ୍କ କହିବା ଅନୁସାରେ ସୈରଭଙ୍କ ଘରୁ ଏଯାଏ ମୋଟ ୬୦ କିଗ୍ରା ରୁପା ମଧ୍ୟ ମିଳିଛି। ଏହା ବ୍ୟତୀତ ୫୦ ଲକ୍ଷ ଟଙ୍କାର ସୁନା, ରୁପା ଓ ହୀରା ମଧ୍ୟ ସୈରଭଙ୍କ ଘରୁ ଜବତ ହୋଇସାରିଛି। ଆଣ୍ଟି କରପସନ ବିଭାଗ ତାଙ୍କ ବାସଗୃହରୁ ମୋଟ ୪ଟି ଗାଡି ଜବତ କରିଥିବା ବେଳେ ତା ମଧ୍ୟରେ ଗୋଟିଏ ଲକ୍ସରି କାର ମଧ୍ୟ ରହିଛି। ସୈରଭ ଶର୍ମାଙ୍କ ଘର ଓ କାର୍ଯ୍ୟାଳୟରୁ କୋଟିକୋଟି ଟଙ୍କାର ସମ୍ପତ୍ତି ଦଲିଲ ମଧ୍ୟ ଉଦ୍ଧାର କରାଯାଇଛି ବୋଲି ଲୋକାୟୁକ୍ତ କହିଛନ୍ତି। ତାଙ୍କ ଘରୁ ଏକ ଟଙ୍କା ଗଣା ମେସିନ ମଧ୍ୟ ମିଳିଥିବା ନେଇ ସୂଚନା ମିଳିଛି। ଏହି ଘଟଣାରେ ଆଣ୍ଟି-କରପସନ ବିଭାଗ ସୈରଭ ଶର୍ମାଙ୍କ ହାତ ଥିବା ନେଇ ସନ୍ଦେହ କରୁଛି। ଅନ୍ୟପଟେ ସୈରଭଙ୍କ ହାତ ହାୱାଲାରେ ଥିବା ନେଇ ପୋଲିସ ସନ୍ଦେହ କରୁଛି। ଏନେଇ ଏବେ ଅନୁସନ୍ଧାନ ଚାଲିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!