ବେଗୁନିଆ, (ବାଘୁଆବାର୍ତ୍ତା): ଶାଶୁ, ଶ୍ୱଶୁରଙ୍କୁ ନିଶା ବଟିକା ଦେଇ ଚମ୍ପଟ ମାରିଲା ବୋହୂ । ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ୍ କଡବ ଗାଁରେ । ୧୦ ବର୍ଷର ବୈବାହିକ ସମ୍ପର୍କକୁ ଛାଡି ଶାଶୁ, ଶ୍ୱଶୁର, ସ୍ୱାମୀ ଓ ୯ ବର୍ଷର ପୁଅକୁ ଛାଡି ଫେରାର ହୋଇଯାଇଛି ବୋହୂ ରୁନୁ ନାୟକ । ଗଲାବେଳେ ସାଙ୍ଗରେ ୩ ବର୍ଷୀୟ ଝିଅ ଓ ଗହଣା ଗାଣ୍ଠି ସବୁ ସାଙ୍ଗରେ ନେଇଯାଇଥିବା ଥାନାରେ ଅଭିଯୋଗ କରିଛନ୍ତି ରୁନୁଙ୍କ ସ୍ୱାମୀ ଚନ୍ଦନ ନାୟକ । ଅଭିଯୋଗ ଅନୁସାରେ ୨୦୧୪ ମସିହାରେ ଚନ୍ଦନ ଓ ରୁନୁଙ୍କ ବିବାହ ହୋଇଥିଲା । ଚନ୍ଦନ ଏକ ଘରୋଇ କମ୍ପାନୀରେ କାମ କରନ୍ତି । ଗତ ୪ ତାରିଖରେ ଚନ୍ଦନ କାମରେ ବାହାରକୁ ଯାଇଥିବାବେଳେ ଶାଶୁ, ଶ୍ୱଶୁରଙ୍କୁ ନିଶା ଔଷଧ ନେଇ ରୁନୁ ଫେରାର ହୋଇ ଯାଇଥିବା ଅଭିଯୋଗ କରିଛନ୍ତି ଚନ୍ଦନ । ଏପରିକି ନିଜ ପୁଅକୁ ଛାଡି ୩ ବର୍ଷର ଝିଅକୁ ଧରି ଫେରାର ହୋଇଯାଇଛନ୍ତି ରୁନୁ । ସେପଟେ ଏତିକି ଦିନ ଭିତରେ ବୋହୂ ଓ ନାତୁଣୀଙ୍କୁ ଝୁରି ଝୁରି ଶ୍ୱଶୁର ମଧ୍ୟ ମୃତ୍ୟୁବରଣ କରିଛନ୍ତି । ୯ ବର୍ଷ କୁନି ପୁଅ ମଧ୍ୟ ନିଜ ମାଆଙ୍କୁ ଝୁରି ହେଉଛି ।





