ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଖଣ୍ଡପଡ଼ା ବ୍ଳକ ଅଧିନ ସିଧାମୂଳା ଗୋକୁଳାନନ୍ଦ ଜୀଉ ପର୍ଯ୍ୟଟନ ସ୍ଥଳୀ ନିକଟସ୍ଥ ମହାନଦୀ କୂଳରେ ନିୟମକୁ ଉଂଲଘନ କରି ଭୋଜିର ଆସର ଜମାଇଥିଲା । ଖଣ୍ଡପଡ଼ା ଥାନା ଅଧିକାରୀ ବିଶ୍ୱଜିତ ରାଉତରାୟ, କଣ୍ଟିଲୋ ଫାଣ୍ଡି ଅଧିକାରୀ ପ୍ରଫୁଲ୍ଲ କୁମାର ଦେଓଙ୍କ ସମେତ ଏସଆଇ ଶ୍ରଦ୍ଧାଞ୍ଜଳୀ ନାୟକ, ଏଏସ୍ଆଇ ଅରୁଣ କୁମାର ଜେନା ଚଢ଼ାଉ କରିଥିଲେ । ସମସ୍ତ ରୋଷେଇ ସାମଗ୍ରୀ ଜବତ କରିବା ସହିତ ୧୧ ଜଣଙ୍କୁ ଥାନାକୁ ଆଣି ଅଟକ ରଖିଥିବା ଜଣାଯାଇଛି । ଏଥିସହିତ ଭୋଜି ସ୍ଥାନରେ ଥିବା ଗୋଟିଏ କାର ଓ ୮ ଟି ବାଇକ ଜବତ କରାଯାଇଥିବା ଜଣାଯାଇଛି । ସିଧାମୂଳା ଗ୍ରାମର ଗୋଟିଏ ସାହିକୁ କ୍ଷୁଦ୍ର ଆବଦ୍ଧ ଅଞ୍ଚଳ ଘୋଷଣା କରାଯାଇଥିବା ବେଳେ ଭୋଜିର ଆସର ସ୍ଥାନୀୟ ଅଞ୍ଚଳରେ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇଛି ।






