ନୟାଗଡ଼, (ବାଘୁଆବାର୍ତ୍ତା): ଓଡ଼ିଶା ରାଜ୍ୟ ୧୯ ବର୍ଷରୁ କମ କ୍ରିକେଟ ଟିମରେ ସାମିଲ ହେଲେ ରୁଦ୍ର ନାରାୟଣ ଲେଙ୍କା । ସେ ଅଲରାଉଣ୍ଡର ଖେଳାଳି ଭାବେ ଓଡ଼ିଶା ଟିମରେ ସାମିଲ ହୋଇଛନ୍ତି । ଏହି ଖବର ପ୍ରସାରିତ ହେବା ପରେ ରୁଦ୍ର ନାରାୟଣଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ସୂଚାନୁସାରେ, ନୟାଗଡ଼ ସଦର ବ୍ଲକ ଅନ୍ତର୍ଗତ ନାଟୁଗାଁ ପଞ୍ଚାୟତ ଅଧୀନରେ ଥିବା ସଜନପଡା ଗ୍ରାମର ଗୋବର୍ଦ୍ଧନ ଲେଙ୍କା ଓ ନଳିନୀ ପ୍ରଭା ଲେଙ୍କାଙ୍କ ପୁତ୍ର ରୁଦ୍ର ନାରାୟଣ ଲେଙ୍କା । ପିଲାଟି ଦିନରୁ ଖେଳ ପ୍ରତି ଆକୃଷ୍ଟ ଥିବାରୁ ବାପା ଗୋବର୍ଦ୍ଧନ ପୁଅ ରୁଦ୍ର ନାରାୟଣଙ୍କୁ କ୍ରୀଡ଼ା ଏକାଡେମୀ ଭର୍ତ୍ତି କରିଥିଲେ । ତେବେ ଆଜି ଓଡ଼ିଶା ରାଜ୍ୟ ୧୯ ବର୍ଷରୁ କମ କ୍ରିକେଟ ଟିମରେ ଅଲରାଉଣ୍ଡର ଖେଳାଳି ଭାବେ ରୁଦ୍ର ନାରାୟଣ ସାମିଲ ହୋଇଛନ୍ତି । ଏବଂ ଆଗାମୀ ଦିନରେ ଓଡ଼ିଶା ପାଇଁ ଖେଳି ରାଜ୍ୟ ଓ ଜିଲ୍ଲା ପାଇଁ ଗୌରବ ଆଣିବେ ରୁଦ୍ର ନାରାୟଣ ବୋଲି ପରିବାର ଲୋକ ଓ ପଞ୍ଚାୟତବାସୀ ଆଶା ପ୍ରକଟ କରିଛନ୍ତି । ଓଡ଼ିଶା ୧୯ ବର୍ଷରୁ କମ କ୍ରିକେଟ ଟିମରେ ସାମିଲ ହେବା ପରେ ପଞ୍ଚାୟତର ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।