Saturday, July 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବାପାଙ୍କ ଗଡ ବଜାୟ ରଖିଲେ ରୁଦ୍ର ମହାରଥୀ

by ସଞ୍ଜୟ ସ୍ୱାଇଁ
October 3, 2021
in Politics, State
ବାପାଙ୍କ ଗଡ ବଜାୟ ରଖିଲେ ରୁଦ୍ର ମହାରଥୀ
302
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ପୁଣି ବାଜି ମାରିଲା ବିଜେଡି । ବାପାଙ୍କ ଗଡ ବଜାୟ ରଖିଲେ ପୁଅ। ବାପା ପ୍ରଦୀପ ମହାରଥୀଙ୍କ ପିପିଲି ନିର୍ବାଚନ ମଣ୍ଡଳୀକୁ ବଜାୟ ରଖିଲେ ଜୁନିୟର ମହାରଥୀ। ଉପ ନିର୍ବାଚନରେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ ୨୦, ୬୦୭ ହଜାର ଭୋଟ୍‌ରେ ନିଜର ନିକଟତମ ପ୍ରତିଦ୍ଵନ୍ଦ୍ଵୀ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କଠୁ ଆଗୁଆ ରହିଛନ୍ତି। କଂଗ୍ରେସ ପ୍ରାର୍ଥୀ ବିଶ୍ଵକେସନ ହରିଚନ୍ଦନ ମହାପାତ୍ର ନିଜର ଅମାନତ ହରାଇଛନ୍ତି। ପିପିଲିରେ ବିଜେଡି ସମର୍ଥକଙ୍କ ବିଜୟ ଉତ୍ସବ ଆରମ୍ଭ ହୋଇ ଯାଇଛି। ପିପିଲି ଗଡ଼କୁ ପ୍ରଦୀପ ମହାରଥୀଙ୍କ ପରେ ଏବେ ସମ୍ଭାଳିବେ ଜୁନିୟର୍‌ ମହାରଥୀ । ପିପିଲି ଉପନିର୍ବାଚନର ଭୋଟ ଗଣତି ସରିଛି। ମୋଟ୍ ୨୫ ରାଉଣ୍ଡ ଗଣତି ପରେ ବିଜେଡି ପ୍ରାର୍ଥୀ ରୁଦ୍ରଙ୍କୁ ୯୬,୩୫୨ ଖଣ୍ଡ ଭୋଟ୍ ମିଳିଥିବା ବେଳେ ତାଙ୍କୁ କଡା ଟକ୍କର ଦେଇଥିବା ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ୭୫୭୭୦ ଖଣ୍ଡ ଭୋଟ୍ ମିଳିଛି। ଏହି ପରି ରୁଦ୍ର ଆଶ୍ରିତଙ୍କୁ ୨୦ ହଜାରରୁ ଅଧିକ ଭୋଟ୍‌ରେ ପରାସ୍ତ କରି ବିପୁଳ ବିଜୟ ହାସଲ କରିଛନ୍ତି। କଂଗ୍ରେସ ପ୍ରାର୍ଥୀ ବିଶ୍ଵକେସନ ହରିଚନ୍ଦନ ମହାପାତ୍ରଙ୍କ ମାତ୍ର ୪୨୩୭ ଖଣ୍ଡ ଭୋଟ୍ ମିଳିଛି। ଆଜି ସକାଳ ୮ଟାରୁ ପ୍ରଥମେ ପୋଷ୍ଟାଲ ବାଲାଟ ପରେ ଇଭିଏମ ଗଣତି ଆରମ୍ଭ ହୋଇଥିଲା। ପୋଷ୍ଟାଲ ଗଣତିରେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ଆଗରେ ରହିଥିଲେ। ଏହା ପରେ ରାଉଣ୍ଡ ପରେ ରାଉଣ୍ଡ ଗଣତି ସହ ବିଜେଡି ପ୍ରାର୍ଥୀ ବିଜେପି ପ୍ରାର୍ଥୀଙ୍କଠୁ ଆଗୁଆ ରହିଥିଲେ। ସମୟ ଗଡିବା ସହିତ ରୁଦ୍ର ମହାରଥୀ ଏବଂ ଆଶ୍ରିତ ପଟ୍ଟନାୟକଙ୍କ ମଧ୍ୟରେ ଭୋଟ୍ ବ୍ୟବଧାନ ବଢିବାରେ ଲାଗିଥିଲା। ସୂଚନାଯୋଗ୍ୟ, ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ପିପିଲି ଉପ ନିର୍ବାଚନ ହେବାର ଥିଲା। ହେଲେ ଉପ ନିର୍ବାଚନର ଠିକ୍ ଭୋଟିଂ ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ଦେହାନ୍ତ ହୋଇଥଲା। ପରେ କରୋନା ଯୋଗୁଁ ପିପିଲି ଉପ ନିର୍ବାଚନ ସ୍ଥଗିତ ହୋଇଥିଲା। ଶେଷରେ ସେପ୍ଟେମ୍ବର ୩୦ରେ ଓଡିଶାର ଏହି ହାଇଭୋଲଟେଜ୍ ଆସନରେ ଭୋଟିଂ ହୋଇଥିଲା। ଏଥର ଭୋଟ ହାର ୧ ପ୍ରତିଶତ ବଢ଼ି ୭୮.୨୪ ପ୍ରତିଶତ ରହିଥିଲା। ସାଧାରଣତଃ କୁହାଯାଏ ବମ୍ପର ଭୋଟିଂ ହେଲେ ସରକାର ବିରୋଧୀ ହାଓ୍ଵା ବହେ। ହେଲେ ଓଡିଶାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ପିପିଲି ନିର୍ବାଚନ ମଣ୍ଡଳୀ ବିଜେଡିର ଗଡ ହୋଇ ରହି ଆସିଛି। ଏହାକୁ ଭେଦ୍ୟ କରିବା ବିରୋଧୀଙ୍କ ପାଇଁ ଆଜି ପର୍ୟ୍ୟନ୍ତ ଅସମ୍ଭବ ରହି ଆସିଛି। ପ୍ରଦୀପ ମହାରଥୀ ଏହି ଆସନରେ ୭ ଥର ନିର୍ବାଚନ ଜିତିଥିଲେ। ହେଲେ ୧୯୯୯ରେ ବିଜେଡି ଗଠନ ପରେ ମହାରଥୀ ବିଜେଡି ଟିକେଟ୍‌ରେ କ୍ରମାଗତ ୨୦୦୦ରୁ ୨୦୧୯ ମଧ୍ୟରେ କ୍ରମାଗତ ୫ ଥର ବିଜୟୀ ହୋଇଥିଲେ। ୨୦୧୯ରେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ମହାରଥୀଙ୍କୁ କଡା ଟକ୍କର ଦେଇଥିଲେ। ହେଲେ ବାପାଙ୍କ ଅନ୍ତେ ପୁଅ ତାଙ୍କ ଗଡକୁ ବଜାୟ ରଖିବାରେ ସମର୍ଥ ହୋଇଛି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!