ଦିଲ୍ଲୀ, (ବାଘୁଆବାର୍ତ୍ତା): ପ୍ୟାରିସ ପାରା ଅଲିମ୍ପିକ୍ସରେ ଶୁଟିଂରୁ ପଦକ ଆସିବାରେ ଲାଗିଛି। ଆଜି ଭାରତ ପାଇଁ ୧୦ ମିଟର ଏୟାର ପିସ୍ତଲ(ଏସ୍ଏଚ୍ ୧)ରେ ପଦକ ଜିତିଛନ୍ତି ରୁବିନା ଫ୍ରାନ୍ସିସ। ସେ ଏହି ଇଭେଣ୍ଟରେ ଦେଶ ପାଇଁ ବ୍ରୋଞ୍ଜ ପଦକ କବଜା କରିଛନ୍ତି। ଏଥିସହ ଶୁଟିଂରେ ଭାରତର ପଦକ ସଂଖ୍ୟା ୪ ଓ ମୋଟ ଉପରେ ପାରା ଅଲିମ୍ପିକ୍ସରେ ପଦକ ସଂଖ୍ୟା ୫କୁ ବୃଦ୍ଧି ପାଇଛି। ରୁବିନା ୧୦ ମିଟର ଏୟାର ପିସ୍ତଲ (ଏସଏଚ୍ ୧)ରେ ଆରମ୍ଭରୁ ଦମ ଦେଖାଇ ଦ୍ୱିତୀୟ ସ୍ଥାନରେ ରହିଥିଲେ। କିନ୍ତୁ ମଧ୍ୟ ଭାଗରେ କିଛି ଶଟ ସେ ଠିକ ଭାବେ ଲକ୍ଷ୍ୟ ଭେଦ କରି ପାରି ନଥିଲେ। ଏଥିଯୋଗୁ ତାଙ୍କୁ ୪ର୍ଥ ସ୍ଥାନକୁ ଖସିବାକୁ ପଡ଼ିଥିଲା। ତେବେ ସେ ପୁଣି କମବ୍ୟାକ କରି ନିଜ ଲୟକୁ ଫେରିଥିଲେ। ଏଥିସହ ମୋଟ ୨୧୧.୧ ସ୍କୋର କରି ଭାରତ ପାଇଁ ବ୍ରୋଞ୍ଜ ପଦକ ହାତେଇଛନ୍ତି। ସେ ପିସ୍ତଲ ଇଭେଣ୍ଟରେ ଭାରତର ପ୍ରଥମ ପାରା ଶୁଟର ଭାବେ ଅଲିମ୍ପିକ୍ସରେ ପଦକ ଜିତିବାକୁ ସକ୍ଷମ ହୋଇଛନ୍ତି। ୨୫ ବର୍ଷୀୟ ରୁବିନାଙ୍କ ପୂର୍ବରୁ ଶୁଟିଂରେ ଅବନୀ ଲେଖାର ଓ ମୋନା ଅଗ୍ରୱାଲ ଯଥାକ୍ରମେ ସ୍ୱର୍ଣ୍ଣ ଓ ବ୍ରୋଞ୍ଜ ବିଜୟୀ ହୋଇଥିଲେ। ଉଭୟ ଆଥଲେଟ ମହିଳା ୧୦ ମିଟର ଏୟାର ରାଇଫଲ ଝଐ୧ ପ୍ରତିଯୋଗିତାରେ ପଦକ ହାସଲ କରିଥିଲେ। ସେହିପରି ମନୀଷ ନରୱାଲ ପୁରୁଷ ୧୦ ମିଟର ଏୟାର ପିସ୍ତଲ ଝଐ୧ ରାଇଫଲ ପ୍ରତିଯୋଗିତାରେ ରୌପ୍ୟ ପଦକ ହାସଲ ।






