Thursday, July 2, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅକ୍ଟୋବର ୩୦ ପର୍ୟ୍ୟନ୍ତ ବଢ଼ିଲା ଡିଏଲ୍‌,ଏଲ୍‌ଏଲ୍‌, ଫିଟ୍‌ନେସ୍‌ ସାର୍ଟିଫିକେଟ୍‌ର ବୈଧତା

by ସଞ୍ଜୟ ସ୍ୱାଇଁ
October 1, 2021
in State
ଅକ୍ଟୋବର ୩୦ ପର୍ୟ୍ୟନ୍ତ ବଢ଼ିଲା ଡିଏଲ୍‌,ଏଲ୍‌ଏଲ୍‌, ଫିଟ୍‌ନେସ୍‌ ସାର୍ଟିଫିକେଟ୍‌ର ବୈଧତା
94
VIEWS
Share on FacebookShare on Twitter

କଟକ, (ବାଘୁଆବାର୍ତ୍ତା): କରୋନା ପାଇଁ ଡ୍ରାଇଭିଂ ଲାଇସେନ୍ସ(ଡିଏଲ୍‌), ଲର୍ଣ୍ଣିଂ ଲାଇସେନ୍ସ(ଏଲ୍‌ଏଲ୍‌), ଗାଡିର ପଞ୍ଜିକରଣ ସାର୍ଟିଫିକେଟ୍‌, ଫିଟ୍‌ନେସ୍‌ ସାର୍ଟିଫିକେଟ୍‌ର ବୈଧତାକୁ ରାଜ୍ୟ ପରିବହନ କମିସନରଙ୍କ ପକ୍ଷରୁ ଆସନ୍ତା ଅକ୍ଟୋବର ୩୦ ତାରିଖ ପର୍ୟ୍ୟନ୍ତ ପୁନର୍ବାର ବୃଦ୍ଧି କରାଯାଇଛି । କେନ୍ଦ୍ର ସଡ଼କ ଏବଂ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ପ୍ରତ୍ୟେକ ରାଜ୍ୟ ସରକାରଙ୍କୁ ଚିଠି ହୋଇଥିଲା । ଏହି ଚିଠି ଆଧାରରେ ପରିବହନ କମିସନର ଉପରୋକ୍ତ ସମସ୍ତ କାଗଜପତ୍ରର ବୈଧତାକୁ ବୃଦ୍ଧି କରିଛନ୍ତି । ଅର୍ଥାତ ଉପରୋକ୍ତ ସମସ୍ତ କାଗଜପତ୍ରର ଯଦି ବୈଧତା ଅକ୍ଟୋବର ୩୦ ପର୍ୟ୍ୟନ୍ତ ବଳବତ୍ତର ରହିବ ବୋଲି ଧରାଯିବ । ଏ ସଂକ୍ରାନ୍ତରେ ପରିବହନ କମିସନରଙ୍କ କାର୍ୟ୍ୟାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି ହୋଇଛି । ଏଥିରେ କୁହାଯାଇଛି ଯେ, ଯେଉଁ ଗାଡିର ଫିଟ୍‌ନେସ୍‌ ସାର୍ଟିଫିକେଟ୍‌ର ବୈଧତା ଗତ ୨୦୨୦ ଫେବ୍ର୍ରୁଆରୀ ପହିଲାରୁ ଶେଷ ହୋଇଯାଇଛି କିମ୍ବା ଆସନ୍ତା ଅକ୍ଟୋବର ୩୦ ତାରିଖ ମଧ୍ୟରେ ଶେଷ ହେଉଛି ସେହିସବୁ ଡକ୍ୟୁମେଣ୍ଟକୁ ଅକ୍ଟୋବର ୩୦ ପର୍ୟ୍ୟନ୍ତ ବୈଧ ବୋଲି ଧରାଯିବ । ଗୁଡ୍‌ସ୍‌ କ୍ୟାରେଜ୍‌, କଣ୍ଟ୍ରାକ୍ଟ କ୍ୟାରେଜ୍‌, ଘରୋଇ ଗାଡି, ଶିକ୍ଷାନୁଷ୍ଠାନ ବସ୍‌ ପରମିଟ୍‌ କ୍ଷେତ୍ରରେ ମଧ୍ୟ ସମାନ ନିୟମ ଲାଗୁ କରାଯାଇଛି । ପଞ୍ଜିକରଣ ସାର୍ଟିଫିକେଟ୍‌, ଏଲ୍‌ଏଲ୍‌ ଏବଂ ଡିଏଲ୍‌ କ୍ଷେତ୍ରରେ ମଧ୍ୟ ଅନୁରୂପ ନିୟମ ଲାଗୁ ହୋଇଛି । ପୂର୍ବରୁ ଜଣେ ବ୍ୟକ୍ତି ସ୍ଲଟ୍‌ ବୁକିଂ କରିବାକୁ ଚାହୁଁଥିଲେ ତାଙ୍କୁ ସାତ ଦିନ ସମୟ ଦିଆଯାଉଥିଲା । କିନ୍ତୁ ଏବେ ୩୦ ଦିନ ସମୟ ଦିଆଯିବ । ଏହି ୩୦ଦିନ ମଧ୍ୟରେ ସେ ଯେ କୌଣସି ଗୋଟିଏ ଦିନରେ ସ୍ଲଟ୍‌ ବୁକିଂ କରିପାରିବେ । ଅନ୍ୟପକ୍ଷରେ ଆରଟିଓମାନଙ୍କୁ ପ୍ରତ୍ୟେକ କାର୍ୟ୍ୟ ଦିବସରେ ଡ୍ରାଇଭିଂ ଲାଇସେନ୍ସ ପରୀକ୍ଷା କରିବାକୁ ଏଥିରେ ବାଧ୍ୟତାମୂଳକ କରାଯାଇଛି । ଯଦି ସ୍ଥାନୀୟ ଆଞ୍ଚଳିକ ପରିବହନ କାର୍ୟ୍ୟାଳୟରେ ସ୍ଲଟ୍‌ ନମିଳେ ତାହେଲେ ଜଣେ ବ୍ୟକ୍ତି ପାଖ ଆରଟିଓଙ୍କ ନିକଟରେ ସ୍ଲଟ୍‌ ବୁକିଂ ପାଇଁ ଆବେଦନ କରିପାରିବେ । ଯଦି ଜଣେ ବ୍ୟକ୍ତି ଡ୍ରାଇଭିଂ ଲାଇସେନ୍ସ ପରୀକ୍ଷା ପାଇଁ ଆବଶ୍ୟକ ଅର୍ଥ ଜମା କରିବା ପରେ ମଧ୍ୟ ସ୍ଲଟ୍‌ ବୁକିଂ ହୋଇପାରୁ ନାହିଁ ସେ କ୍ଷେତ୍ରରେ ସ୍ଲଟ୍‌ ବୁକିଂ ସ୍ଥାନ ପରିବର୍ତ୍ତନ ପାଇଁ ସମ୍ପୃକ୍ତ ଆରଟିଓଙ୍କୁ ଆବେଦନ କରିପାରିବେ । ଯଦି ଜଣେ ବ୍ୟକ୍ତି ଫ୍ୟାନ୍ସି ନମ୍ବର ବୁକିଂ ପାଇଁ ଆବଶ୍ୟକ ଅର୍ଥ ଜମା କରିଛନ୍ତି କିନ୍ତୁ ଜମାର ୩୦ ଦିନ ମଧ୍ୟରେ ଏ ସଂକ୍ରାନ୍ତ ଆବଶ୍ୟକ ଡକ୍ୟୁମେଣ୍ଟ ଦାଖଲ କରିପାରୁ ନାହାନ୍ତି ତାହେଲେ ତାଙ୍କୁ ମଧ୍ୟ ଅକ୍ଟୋବର ୩୦ ତାରିଖ ପର୍ୟ୍ୟନ୍ତ ସମୟ ଦିଆଯିବ । ସୋଲାସିୟମ୍‌ ଫଣ୍ଡରୁ ଅର୍ଥ ଦାବି କରୁଥିବା ମୃତକଙ୍କ ପରିବାରର ଲୋକେ ଯଦି ଧାର୍ୟ୍ୟ ସମୟ ମଧ୍ୟରେ ଆବେଦନ କରିପାରୁ ନାହାନ୍ତି ସେମାନଙ୍କୁ ମଧ୍ୟ ଅକ୍ଟୋବର ୩୦ ପର୍ୟ୍ୟନ୍ତ ସମୟସୀମା ଦିଆଯାଇଛି । ତେବେ ଇନସ୍ୟୁନ୍ସ ସାର୍ଟିଫିକେଟ୍‌ ବୈଧତା, ପ୍ରଦୂଷଣ ସାଟିଫିକେଟ୍‌ ପ୍ରମାଣପତ୍ର ବୈଧତା ଏବଂ ଅସ୍ଥାୟୀ ପରମିଟ୍‌ ସାର୍ଟିଫିକେଟ୍‌ର ବୈଧତା ଯଦି ଉପରୋକ୍ତ ସମୟସୀମା ମଧ୍ୟରେ ଶେଷ ହେଉଥାଏ ତାହେଲେ ଏ କ୍ଷେତ୍ରରେ ଏହି କୋହଳ ନିୟମ ଲାଗୁ ହୋଇପାରିବ ନାହିଁ ବୋଲି ନିର୍ଦ୍ଦେଶାବଳୀରେ ସ୍ପଷ୍ଟ କରାଯାଇଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!