Friday, July 10, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆରପିଏଫ୍ ଯବାନଙ୍କ ମାଡ଼ରେ ଯୁବକଙ୍କ ମୃତ୍ୟୁ

by ସଞ୍ଜୟ ସ୍ୱାଇଁ
October 13, 2021
in State
ଆରପିଏଫ୍ ଯବାନଙ୍କ ମାଡ଼ରେ ଯୁବକଙ୍କ ମୃତ୍ୟୁ
55
VIEWS
Share on FacebookShare on Twitter

ବଡ଼ବିଲ, (ବାଘୁଆବାର୍ତ୍ତା): କେନ୍ଦୁଝର ଜିଲ୍ଲା ଯୋଡ଼ା ବାଂଶପାଣି ରେଳ ଷ୍ଟେସନରେ ତୁମୁଳ କାଣ୍ଡ। ଆରପିଏଫ୍ ଯବାନଙ୍କ ମାଡ଼ରେ ସ୍ଥାନୀୟ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ନେଇ ଅଭିଯୋଗ ପରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। କୋଇଲା ହଟିଂ, ଭଞ୍ଜହଟିଂ ଓ ରାଧା ହଟିଂର ଶତାଧିକ ମହିଳା ପୁରୁଷ ସଙ୍ଘବଦ୍ଧ ଭାବରେ ଷ୍ଟେସନରେ ପଶି ଭଙ୍ଗାରୁଜା କରିବା ସହ ଆରପିଏଫ୍ ବାରାକରେ ପଶି ଯବାନମାନଙ୍କୁ ଅତର୍କିତ ଆକ୍ରମଣ କରିଛନ୍ତି। ସୂଚନାନୁଯାୟୀ, ଗତ ରାତି ପ୍ରାୟ ସାଢ଼େ ୮ଟାରେ ଲକ୍ଷ୍ମଣ ପାତ୍ର ନାମକ ଜଣେ ସ୍ଥାନୀୟ ଯୁବକ ଯୋଡ଼ା ବାଂଶପାଣି ୨ ନମ୍ବର ରେଳ ସାଇଡିଂକୁ ଯାଇଥିଲେ । ତେବେ ସେଠାରେ ଆର୍‌ପିଏଫ୍ ଯବାନମାନେ ତାଙ୍କୁ ଚୋର ସନ୍ଦେହରେ ନିସ୍ତୁକ ମାଡ଼ ମାରିବାରୁ ତାଙ୍କର ମୃତ୍ୟୁ ଘଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ ଆଣିଛନ୍ତି । ଏହି ଖବର ପ୍ରଚାର ହେବାପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । କୋଇଲା ହଟିଂ, ଭଞ୍ଜହଟିଂ ଓ ରାଧା ହଟିଂର ଶତାଧିକ ମହିଳା ପୁରୁଷ ସଙ୍ଘବଦ୍ଧ ଭାବରେ ଷ୍ଟେସନରେ ପଶି ବିଭିନ୍ନ ରେକର୍ଡ ପତ୍ର, ଆସବାବପତ୍ର ନଷ୍ଟ କରିବା ସହ ବ୍ୟାପକ ଭଙ୍ଗାରୁଜା କରିଥିଲେ । ଏଥିସହ ଆରପିଏଫ୍ ବାରାକରେ ପଶି ଯବାନମାନଙ୍କୁ ଅତର୍କିତ ଆକ୍ରମଣ କରିଥିଲେ । ଉତ୍ୟକ୍ତ ଲୋକଙ୍କ ମାଡ଼ରେ ୩ଜଣ ଆରପିଏଫ ଯବାନ ଓ ଜଣେ ଏସ୍‌ଆଇ ଗୁରୁତର ଆହତ ହୋଇଥିଲେ । ଖବର ପାଇ ଯୋଡ଼ା ପୋଲିସ୍ ଆହତମାନଙ୍କୁ ଉଦ୍ଧାର କରି ଯୋଡ଼ା, ଟାଟା ଷ୍ଟିଲ ମେଡିକାଲରେ ଭର୍ତ୍ତି କରିଥିଲା। ତେବେ ଜଣେ ଆରପିଏଫ୍ ଯବାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଏନେଇ ରେଳବାଇ କିମ୍ବା ସ୍ଥାନୀୟ ଲୋକଙ୍କ ପ୍ରତିକ୍ରିୟା ଏଯାଏଁ ହସ୍ତଗତ ହୋଇନାହିଁ । ଯୋଡ଼ା ପୋଲିସ୍ ଘଟଣାର ଛାନଭିନ୍ ଆରମ୍ଭ କରିଛି । ପରିସ୍ଥିତି ଏବେବି ଉତ୍ତେଜନାପୂର୍ଣ୍ଣ ରହିଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!