ନୟାଗଡ଼,(ବାଘୁଆବାର୍ତ୍ତା): ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା କରୋନା ମୁକାବିଲା ପାଇଁ ପ୍ରତ୍ୟେକ କ୍ଷେତ୍ରରେ ନୟାଗଡ଼ ରୋଟାରୀ କ୍ଲବ ଜିଲ୍ଲା ପ୍ରଶାସନକୁ ସହଯୋଗର ହାତ ବଢ଼ାଇ ଚାଲିଛି । ଏହି ପ୍ରରିପ୍ରେକ୍ଷିରେ ଆଜି ନୟାଗଡ଼ ରୋଟାରୀ କ୍ଲବର ବରିଷ୍ଠ ରୋଟାରୀଆନ୍ ସୁବାଷ ଚନ୍ଦ୍ର ପଣ୍ଡା ଓ ବାସୁଦେବ ସାହୁଙ୍କ ଉଦ୍ୟମ କ୍ରମେ ଏକ ଲକ୍ଷ ଟଙ୍କା ମୁଲ୍ୟର କୋଡ଼ିଏଟି ଇନ୍ପ୍ରାଏଡ୍ ଥର୍ମୋମିଟର ଜିଲ୍ଲା ପ୍ରଶାସନକୁ ପ୍ରଦାନ କରାଯାଇଛି । କୋଭିଡ୍ ୧୯ କଣ୍ଟ୍ରୋଲ ରୁମଠାରେ ଜିଲ୍ଲାପାଳ ଡ. ପୋମା ଟୁଡୁ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଶ୍ୱେତ ମହାପାତ୍ରଙ୍କ ଉପସ୍ଥିତିରେ ଏହି ଥର୍ମୋମିଟର ପ୍ରଦାନ କରାଯାଇଛି । କରୋନା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ଏହାକୁ ବ୍ୟବହାର କରିବା ସହ ଜିଲ୍ଲାକୁ ଫେରୁଥିବା ପ୍ରବାସୀ ଏବଂ କରୋନା ରୋଗୀଙ୍କ ପାଇଁ ବ୍ୟବହାର କରିପାରିବ ବୋଲି ଜଣାଯାଇଛି । ଏହି ଅବସରରେ ରୋଟାରୀ କ୍ଲବ ସଭାପତି ମଦନ ମୋହନ ମହାପାତ୍ର, ସଂପାଦକ ପ୍ରବୀର ପୃଷ୍ଟି, ମୁଖ୍ୟ ସଂଯୋଜକ ପ୍ରମୋଦ ପଟ୍ଟନାୟକ, ନିରୁପମା ପଟ୍ଟନାୟକ, ରଣଜିତ୍ ଦାଶ, ଆରିଫ ଖାଁ, ଶ୍ରମିକ ନେତା ଶ୍ରୀକାନ୍ତ ପଟ୍ଟନାୟକ ପ୍ରମୂଖ ଉପସ୍ଥିତ ଥିଲେ ।






