ନୟାଗଡ଼,(ବାଘୁଆବାର୍ତ୍ତା): କରୋନା ମହାମାରୀ ମୁକାବିଲା ସମୟରେ ବାହାର ରାଜ୍ୟରୁ ଫେରିଆସୁଥିବା ପ୍ରବାସୀଙ୍କୁ ରାଜ୍ୟ ସରକାର କ୍ୱାରେଣ୍ଟାଇନ୍ରେ ରଖିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏହି ପ୍ରରିପ୍ରେକ୍ଷିରେ ନୟାଗଡ଼ ସହରକୁ ଆସି କ୍ୱାରେଣ୍ଟାଇନ୍ ରହୁଥିବା ବ୍ୟକ୍ତିଙ୍କୁ ଖାଦ୍ୟ ଯୋଗାଇବା ଦାୟିତ୍ୱ ରୋଟାରୀ କ୍ୱବ ନୟାଗଡ଼କୁ ଦିଆଯାଇଥିବା ବରିଷ୍ଠ ରୋଟାରୀଆନ୍ ତଥା ସମାଜସେବୀ ପ୍ରମୋଦ ପଟ୍ଟନାୟକ ସୂଚନା ଦେଇଛନ୍ତି । ନୟାଗଡ଼ର ଆହାର ଦାୟିତ୍ୱ ଗ୍ରହଣ କରି ଥିବା ରୋଟାରୀ କ୍ଲବ ସୂଚାରୁ ଋପେ କାର୍ଯ୍ୟ ସଂପାଦନ କରୁଥିବା ବେଳେ ପ୍ରଶାସନ ଏ ଘଡ଼ିସନ୍ଧି ମୁହୁର୍ତ୍ତରେ ରୋଟାରୀ କ୍ଲବ ଉପରେ ଆସ୍ଥା ପ୍ରକଟ କରିଥିବାରୁ ସେ ଧନବାଦ ଜଣାଇଛନ୍ତି ।





