Friday, September 11, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରଙ୍ଗ୍ ନମ୍ବରରୁ ହେଲା ପ୍ରେମ; ତାପରେ

by ସଞ୍ଜୟ ସ୍ୱାଇଁ
July 5, 2021
in Crime, State
ରଙ୍ଗ୍ ନମ୍ବରରୁ ହେଲା ପ୍ରେମ; ତାପରେ
252
VIEWS
Share on FacebookShare on Twitter

ବାରଙ୍ଗ, (ବାଘୁଆବାର୍ତ୍ତା): ରଙ୍ଗ୍ ନମ୍ବରରୁ ଏକ ତରଫା ପ୍ରେମ ନିବେଦନ । ଫସିଗଲେ ପ୍ରେମ ପାଗଳ । କୌଶଳ କ୍ରମେ ରଙ୍ଗ୍ ନମ୍ବର ପ୍ରେମିକକୁ ନିଜ ଘରକୁ ଡାକି ନିର୍ଧୁମ ଛେଚିଲେ ମହିଳା । ଭୁବନେଶ୍ବର ସ୍ଥିତ ଚନ୍ଦ୍ରଶେଖରପୁର ଅରବିନ୍ଦ ନଗରରେ ପରିବାର ସହ ରହୁଥିଲେ ଜଣେ କର୍ମଜୀବୀ ମହିଳା । ଗତ ଦୁଇ ମାସ ତଳେ ତାଙ୍କ ମୋବାଇଲକୁ ଏକ ରଙ୍ଗ୍ ନମ୍ବରରୁ କଲ୍ ଆସିଥିଲା । ଏହା ଏକ ରଙ୍ଗ ନମ୍ବର କହି ମହିଳା ଜଣଙ୍କ ଫୋନ୍ କାଟି ଦେଇଥିଲେ । କିନ୍ତୁ ଏକଥାରେ ଅପରିଚିତ ଯୁବକ ଜଣଙ୍କ ସନ୍ତୁଷ୍ଟ ନହୋଇ ବିଭିନ୍ନ ପ୍ରଲୋଭନ ଦେଖାଇ ମହିଳାଙ୍କୁ ବାରମ୍ବାର ଫୋନ୍ କରୁଥିଲେ । ମହିଳା ଯେତେ ବୁଝାଇଲେ ମଧ୍ୟ ଅପରିଚିତ ଯୁବକ ବୁଝିବାକୁ ନାରାଜ । ଶେଷରେ ମହିଳାଙ୍କ ଘର ଠିକଣା ମାଗିବାରୁ ତାଙ୍କୁ ପ୍ରକୃତ ଠିକଣା ଦେଇ ଦେଇଥିଲେ। ଠିକଣା ଦେବା ପରେ ସୁଲତା ତାଙ୍କର ଜଣେ ସହଯୋଗୀଙ୍କ ସହ ଜଗି ବସିଥିଲେ । ସୋମବାର ସକାଳେ ସମ୍ପୃକ୍ତ ଅପରିଚିତ ଯୁବକ ଜଣଙ୍କ ରଙ୍ଗିଲା ବେଶଭୁଷାରେ ବାଇକ୍ ଯୋଗେ ଆସି ମହିଳାଙ୍କ ଘରେ ପହଞ୍ଚିଥିଲେ । ପୂର୍ବରୁ ପ୍ରସ୍ତୁତ ଥିବା ସୁଲତା ଓ ତାଙ୍କ ସହଯୋଗୀ ଉକ୍ତ ଅପରିଚିତ ଯୁବକଙ୍କୁ ନିର୍ଧୁମ ପିଟିପିଟି ଦରମରା କରି ଦେଇଥିଲେ । ଖବର ପାଇ ଚନ୍ଦ୍ରଶେଖରପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହାତ ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଇଛନ୍ତି । ଆଇନକୁ ହାତକୁ ନେଇ ଏପରି ମାରପିଟ କରିଥିବାରୁ ଉକ୍ତ ମହିଳା ଏବଂ ତାଙ୍କ ସହଯୋଗୀଙ୍କୁ ପୋଲିସ ଥାନାରେ ଅଟକ ରଖି ଘଟଣାର ଅଧିକ ତଦନ୍ତ କରୁଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!