Friday, June 12, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଘନଉଛି ରୋହିତ-ବିରାଟ ବିବାଦ: ମୁହଁ ଖୋଲିଲେ ବିରାଟ କୋହିଲ୍

by ସଞ୍ଜୟ ସ୍ୱାଇଁ
December 15, 2021
in Sports
ଘନଉଛି ରୋହିତ-ବିରାଟ ବିବାଦ: ମୁହଁ ଖୋଲିଲେ ବିରାଟ କୋହିଲ୍
192
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ପୂର୍ବରୁ ବୁଧବାର ବିରାଟ କୋହଲି ଅଧିନାୟକ ପଦକୁ ନେଇ ସୃଷ୍ଟି ହୋଇଥିବା ବିବାଦ ସମ୍ପର୍କରେ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଟେଷ୍ଟ ଟିମ ଚୟନ ଠିକ ପୂର୍ବରୁ ଚୟନ କମିଟି ଦିନିକିଆ ଅଧିନାୟକ ପଦରୁ ମୋତେ ହଟାଇଥିଲେ । ଏହା ପୂର୍ବରୁ ସେମାନେ ମୋ ସହିତ କୌଣସି ଆଲୋଚନା କରି ନ ଥିଲେ । ଟି୨୦ ଅଧିନାୟକ ପଦ ଛାଡିବା ପରେ ଉଭୟ ଟେଷ୍ଟ ଏବଂ ଦିନିକିଆରେ ଅଧିନାୟକ ପଦ ବଜାୟ ରଖିବାକୁ ଚାହୁଁଥିଲି ବୋଲି ସେ କହିଛନ୍ତି । ଚୟନ କମିଟି ଯେଉଁ ନିଷ୍ପତି ନେଇଛନ୍ତି ତାହା ମୁଁ ମାନିବାକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛି । ଦିନିକିଆ ସିରିଜରୁ ମୁଁ ବ୍ରେକ ନେବା କଥା କହି ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ଦିନିକିଆରେ ମୁଁ ଖେଳିବି, ଯାହା ସବୁ ଖବର ମୋ ନେଇ ପ୍ରସାରିତ ହେଉଛି ତାହା ସମ୍ପୂର୍ଣ୍ଣ ମିଛ । ଏହି ଅବସରରେ ରୋହିତ ଶର୍ମାଙ୍କ ଅଧିନାୟକ ଦକ୍ଷତାକୁ ସେ ପ୍ରଶଂସା କରିଥିଲେ । ତାଙ୍କ ସହ ମୋର କୌଣସି ମତଭେଦ ନାହିଁ । ଭାରତୀୟ କ୍ରିକେଟର କୌଣସି କ୍ଷତି ମୋ ଲାଗି ଯେପରି ନ ହେବ ସେଥିପ୍ରତି ଯତ୍ନବାନ ରହିଛି । ରୋହିତ ଏବଂ କୋଚ ରାହୁଲ ଡ୍ରାଭିଡଙ୍କ ଅଧିନରେ ଖେଳିବାରେ ମୋର କୌଣସି ଅସୁବିଧା ନାହିଁ ବୋଲି ସେ କହିଛନ୍ତି । କୋହଲି ମୁହଁ ଖୋଲିବା ପରେ ବିସିସିଆଇ ମୁଖ୍ୟ ସୌରଭ ଗାଙ୍ଗୁଲି ଅଧିନାୟକ ପଦ ନଛାଡିବା ପାଇଁ କୋହଲିଙ୍କୁ କହିଥିବା ଖବର ମିଥ୍ୟା ପ୍ରମାଣିତ ହେଉଛି । ଗାଙ୍ଗୁଲି ଏବଂ କୋହଲିଙ୍କ ମଧ୍ୟରେ କିଏ ମିଛ କହୁଛି ସେଥିପ୍ରତି ସମସ୍ତଙ୍କ ନଜର ରହିଛି ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!