Wednesday, June 10, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅର୍ଦ୍ଧ ଶତକରେ ମିଳିଲା ପଞ୍ଚମ ସ୍ଥାନ

by ସଞ୍ଜୟ ସ୍ୱାଇଁ
September 1, 2021
in Sports
ଭାରତ-ଇଂଲଣ୍ଡ ଟି-୨୦ ମ୍ୟାଚ: ଇଂଲଣ୍ଡ ଆଗରେ ୨୨୫ରନର ବିଜୟ ଲକ୍ଷ
58
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଲିଡ୍ସ ଟେଷ୍ଟରେ ଅର୍ଦ୍ଧ ଶତକ ମାରିବା ପରେ ରୋହିତ୍ ଶର୍ମାଙ୍କୁ ମିଳିଛି ୫ମ ସ୍ଥାନର ଫାଇଦା । ଭାରତୀୟ ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମାଙ୍କୁ ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ଫାଇଦା ହୋଇଛି। ଅନ୍ୟପକ୍ଷରେ ଆଉଟ୍ ଅଫ୍ ଫର୍ମରେ ଥିବା ଟିମ୍ ଇଣ୍ଡିଆ କ୍ୟାପଟେନଙ୍କୁ ଝଟକା ଲାଗିଛି। କୋହଲି ବ୍ୟାଟ୍ସମ୍ୟାନ୍ ରାଙ୍କିଙ୍ଗରେ ଟପ୍-୫ରୁ ବାଦ୍ ପଡ଼ିଛନ୍ତି। କୋହଲି ଏବେ ଷଷ୍ଠ ସ୍ଥାନକୁ ଖସି ଆସିଛନ୍ତି। ଅନ୍ୟପକ୍ଷରେ କୋହଲିଙ୍କ ପଞ୍ଚମ ସ୍ଥାନ କବଜା କରିଛନ୍ତି ରୋହିତ। ଲିଡ୍ସ ଟେଷ୍ଟରେ ଅର୍ଦ୍ଧଶତକ ମାରିବା ପରେ ରୋହିତଙ୍କୁ ଗୋଟିଏ ସ୍ଥାନର ଫାଇଦା ହୋଇଛି। ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ରୋହିତଙ୍କ ରେଟିଂ ପଏଣ୍ଟ ୭୭୩ ହୋଇଛି। କୋହଲି ୭୬୬ ପଏଣ୍ଟ ସହ ଷଷ୍ଠରେ ରହିଛନ୍ତି। ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ କୋହଲିଙ୍କ ଖରାପ ଫର୍ମ ଜାରି ରହିଛି। କୋହଲି ତିନୋଟି ଟେଷ୍ଟରେ ୧୨୪ ରନ୍ କରିଥିବା ବେଳେ ରୋହିତ୍ ୩ଟି ଟେଷ୍ଟରେ ୨୩୦ ରନ୍ କରିଛନ୍ତି। ରୋହିତ୍ ପ୍ରଥମଥର ଲାଗି ଟେଷ୍ଟ ବ୍ୟାଟିଂ ତାଲିକାର ଟପ୍-୫ରେ ପ୍ରବେଶ କରିଛନ୍ତି। ଭାରତର ଯୁବ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଟେଷ୍ଟ ରାଙ୍କିଙ୍ଗର ଟପ-୧୦ରୁ ଆଉଟ୍ ହୋଇଛନ୍ତି। ତୃତୀୟ ଟେଷ୍ଟ ପୂର୍ବରୁ ଅଷ୍ଟମ ସ୍ଥାନରେ ଥିବା ପନ୍ତ ଏବେ ଦ୍ୱାଦଶ ସ୍ଥାନକୁ ଖସି ଆସିଛନ୍ତି। ହେଡିଂଲେରେ ଖେଳାଯାଇଥିବା ତୃତୀୟ ଟେଷ୍ଟର ଉଭୟ ଇନିଂସରେ ପନ୍ତ ଦୁଇ ଅଙ୍କ ଛୁଇଁପାରିନଥିଲେ। ଯାହାର ସିଧାସଳଖ ପ୍ରଭାବ ରାଙ୍କିଙ୍ଗ୍ ଉପରେ ପଡ଼ିଛି। ହେଡିଂଲେ ଟେଷ୍ଟରେ ଫର୍ମକୁ ଫେରିଥିବା ଚେତେଶ୍ୱର ପୂଜାରା ତିନୋଟି ସ୍ଥାନ ଉଠି ୧୫ଶ ସ୍ଥାନରେ ପହଞ୍ଚିଛନ୍ତି।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!