Tuesday, September 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

‘ଆଜତକ’ର ନ୍ୟୁଜ ଆଙ୍କର ରୋହିତ ସରଦାନାଙ୍କ ପରଲୋକ

by ସଞ୍ଜୟ ସ୍ୱାଇଁ
April 30, 2021
in NATIONAL NEWS
‘ଆଜତକ’ର ନ୍ୟୁଜ ଆଙ୍କର ରୋହିତ ସରଦାନାଙ୍କ ପରଲୋକ
243
VIEWS
Share on FacebookShare on Twitter

ଭୁବନେଶ୍ୱର (ବାଘୁଆବାର୍ତ୍ତା): ଦିନକୁ ଦିନ କରୋନାର ପ୍ରଭାବରେ ଅନେକ ଜୀବନ ଯାଇଛି । ଆଜି ଆଜତକ ନ୍ୟିୁଜ ଆଙ୍କର ରୋହିତ ସରଦାନଙ୍କ ପରଲୋକ ସମସ୍ତଙ୍କୁ ଚକିତ କରିଛି । ଯିଏକି ଆସିଲା ମାତ୍ରେ ଆରମ୍ଭ କରନ୍ତି ‘ନମସ୍କାର ଆପ୍ ଦେଖ ରହେ ହେଁ ଆଜ ତକ, ମେଁ ହୁଁ ଆପକେ ରୋହିତ ସରଦାନ, ଶାମ କେ ପାଞ୍ଚ ବଜ ରହେ ହେଁ । ଅବ ୱକ୍ତ ହୋ ଚଲା ହେ ଦଙ୍ଗଲକା’ ଭଳି ଦମଦାର ସ୍ୱର ଆଉ ଟିଭି ପରଦାରେ ଶୁଣିବାକୁ ମିଳିବନି । କାରଣ ଏହି ଡାଏଲଗ ଯୋଗୁ ଘରେ ଘରେ ପରିଚିତ ହୋଇ ପାରିଥିବା ‘ ଆଜ ତକ’ର ନ୍ୟୁଜ ଆଙ୍କର ରୋହିତ ସରଦାନା (୪୨) କରୋନାରେ ଆଖି ବୁଜି ସାରିଛନ୍ତି । କୋଭିଡ ପଜିଟିଭ ହେବା ପରେ ତାଙ୍କର ହୃଦଘାତ ହେବାରୁ ମୃତ୍ୟୁ ହୋଇଛି ବୋଲି ଜଣାପଡ଼ିଛି । ସେ ଦିଲ୍ଲୀରେ ପରିବାର ବର୍ଗଙ୍କ ସହ ରହୁଥିଲେ । ରୋହିତ ସଂକ୍ରମିତ ହୋଇ ସୁସ୍ଥ ହେଉଥିଲେ । ଗୁରୁବାର ରାତିରେ ନିଜର ସହକର୍ମୀଙ୍କୁ ଫୋନ କରି କଥା ମଧ୍ୟ ହୋଇଥିଲେ ହେଲେ ବିଳମ୍ବିତ ରାତିରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ନୋଏଡାର ମେଟ୍ରୋ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ଶୁକ୍ରବାର ହୃଦଘାତ ହେବାରୁ ତାଙ୍କର ବିୟୋଗ ହୋଇଛି । ହରିଆଣାର କୁରୁକ୍ଷେତ୍ର ନିବାସୀ ରୋହିତ ସରଦାନା ଅନେକ ଥର ବେଷ୍ଟ ଆଙ୍କର ଆୱାର୍ଡ ମଧ୍ୟ ପୁରସ୍କୃତ ହୋଇଛନ୍ତି । ରୋହିତ ଦେଶର ଅନ୍ୟତମ ଲୋକପ୍ରିୟ ଆଙ୍କର । ସେ ପ୍ରଥମେ ତାଙ୍କର କ୍ୟାରିଅର ଅଲ ଇଣ୍ଡିଆ ରେଡିଓରୁ ଆରମ୍ଭ କରିଥିଳେ । ଏହାପରେ ଇଟାୱା, ସାହାରା ସମୟ, ଜି ନ୍ୟୁଜ ପରେ ୨୦୧୮ ରେ ଆଜତକରେ ଯୋଗ ଦେଇଥିଲେ । ‘ଆଜ ତକ’ ପୂର୍ବରୁ ସେ ଜୀ ନ୍ୟୁଜରେ ଥିଲେ । ଜି ନ୍ୟୁଜରେ ସମ୍ପାଦକ ସୁଧୀର ଚୌଧୁରୀ ଟ୍ୱିଟ କରି ରୋହିତଙ୍କ ବିୟୋଗ ବାବଦରେ ସୂଚନା ଦେଇଛନ୍ତି । ସୁଧୀର ଟ୍ୱିଟ କରି କହିଛନ୍ତି, ତାଙ୍କୁ ତାଙ୍କର ସହଯୋଗୀ ଜିତେନ୍ଦ୍ର ଶର୍ମା ଫୋନ କରି ରୋହିତଙ୍କ ବିୟୋଗ ବାବଦରେ ସୂଚନା ଦେଇଥିଲେ । ସେ ଏହି ଖବର ଶୁଣି ମର୍ମାହତା ନିଜର ବନ୍ଧୁ ତଥା ସହକର୍ମୀ ରୋହତଙ୍କ ମୃତ୍ୟୁ ଖବରକୁ ଆକଳନ କରିପାରି ପାହାନ୍ତି ବୋଲି କହିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!