Thursday, June 11, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 

by ସଞ୍ଜୟ ସ୍ୱାଇଁ
July 1, 2025
in Feature News
ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 
75
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ବିଦ୍ୟୁତ ସୁରକ୍ଷା ବ୍ୟବସ୍ଥାକୁ ଜାତୀୟ ସ୍ତରରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ସରକାରୀ ଉଚ୍ଚ ବିଦ୍ୟାଳୟ , ରୋହିବାଙ୍କ ଠାରେ ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ-୨୦୨୫ ଅନୁଷ୍ଠିତ ହୋଇଯାଇଛି। ଯାହାକି ଜୁନ ୨୬ ତାରିଖରୁ ଜୁଲାଇ ୨ ତାରିଖ ପର୍ଯ୍ୟନ୍ତ ସମଗ୍ର ଦେଶରେ ପାଳିତ ହେଉଛି।  ଏବର୍ଷ ପାଇଁ ” ସ୍ମାର୍ଟ ଏନର୍ଜୀ  ସୁରକ୍ଷିତ ରାଷ୍ଟ୍ର ” ସହିତ ” ବିଦ୍ୟୁତ ସୁରକ୍ଷା ଆପଣନ୍ତୁ , ଜୀବନ ସୁରକ୍ଷିତ ରଖନ୍ତୁ” ସ୍ଲୋଗାନ ମାଧ୍ୟମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ବାରିକଙ୍କ ନିର୍ଦେଶ କ୍ରମେ ପ୍ରକୃତି ବନ୍ଧୁ ଶିକ୍ଷକ ସନ୍ତୋଷ କୁମାର ସାହୁ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉଭୟ ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲାର ଦାୟିତ୍ୱରେ ଥିବା ଡେପୁଟି ଇଲେକ୍ଟ୍ରିକାଲ ଇଞ୍ଜିନିୟର ଶ୍ରୀମୟୀ ମହାଲିକ , ସମ୍ମାନିତ ଅତିଥି ଭାବେ ନୟାଗଡ଼ ବିଦ୍ୟୁତ ବିଭାଗର ଏସଡିଓ ପ୍ରତ୍ୟୁଷ ରଞ୍ଜନ ସାହୁ, ବିଦ୍ୟୁତ ସୁରକ୍ଷା ଅଧିକାରୀ (ଟିପିସିଓଡିଏଲ)ର ବିଶ୍ୱ ଭୂଷଣ ବିଶୋଇ , ଓଡ଼ଗାଁ ସେକ୍ସନ -୧ ଇଞ୍ଜିନିୟର ବିନୋଦ  ମହାରଣା , କୋମଣ୍ଡ ସାଧନ ସଂଯୋଜକ ଲଳିତ ମୋହନ ମିଶ୍ର, ବିଦ୍ୟାଳୟ ର ପୂର୍ବତନ ପ୍ରଧାନ ଶିକ୍ଷକ ସତ୍ୟନାରାୟଣ ଆଚାର୍ଯ୍ୟ ପ୍ରମୁଖ

ଅତିଥିମାନେ  ଥିଲେ। ମୁଖ୍ୟ ଅତିଥି ଶ୍ରୀମତୀ ମହାଲିକ ଓ ଶ୍ରୀ ବିଶୋଇ ନିଜ ଘରେ ବିଦ୍ୟୁତ ଠାରୁ ନିଜକୁ କିପରି ସତର୍କତା ଅବଲମ୍ବନ କରିବା ଭିଡିଓ ମାଧ୍ୟମରେ ଦର୍ଶାଇ ଥିଲେ। ପ୍ରକୃତି ବନ୍ଧୁ ଶ୍ରୀ ସାହୁ ନିଜେ ପାୱାର ପଏଣ୍ଟ ମାଧ୍ୟମରେ ବନ୍ୟଜନ୍ତୁ ଓ ମନୁଷ୍ୟର ଜୀବନ ସୁରକ୍ଷା ପାଇଁ  ବିଦ୍ୟୁତ  ସତର୍କତା ସାଙ୍ଗକୁ  ଜଙ୍ଗଲୀ ପଶୁପକ୍ଷୀ ଏପରିକି ହାତୀର ସୁରକ୍ଷା ସମ୍ପର୍କିତ ବିଭିର୍ଣ ସଚେତନତା ଛବି ଓ ଭିଡିଓ ଦେଖାଇ ଥିଲେ। ଏହାପରେ ବିଦ୍ୟାଳୟରେ ଯୋଗଦେଇଥିବା ୧୨୩ ଜଣ ଅବିଭାବଙ୍କ କୁ ନେଇ ଏକ ସୁରକ୍ଷା ସଚେତନତା ଶପଥ ପାଠ କରାଯାଇଥିଲା। ବିଦ୍ୟାଳୟ ତରଫରୁ ସମସ୍ତ ଅବିଭାବକ ମାନଙ୍କୁ  ସୁରକ୍ଷା ସମ୍ପର୍କିତ ୨୨ ଟି ବାର୍ତା ଥିବା ପ୍ରଚାର ପତ୍ରିକା କୁ ଶାରୀରିକ କ୍ରୀଡା ଶିକ୍ଷକ ଆଲୋକ ନାୟକ ସମସ୍ତ ଙ୍କୁ ବଣ୍ଟନ କରିଥିଲେ। ଶେଷରେ ଶିକ୍ଷକ ରାଧାଗୋବିନ୍ଦ ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!