ନୟାଗଡ଼,(ବାଘୁଆବାର୍ତ୍ତା): ଆଜି ନୟାଗଡ ର ଅଗ୍ରଣୀ ସ୍ଵେଚ୍ଛାସେବୀ ସଙ୍ଗଠନ “ସୋହମ” , ଭାରତ ସରକାରଙ୍କ ଯୁବ ଓ କ୍ରିଡା ବ୍ୟାପାର ବିଭାଗ ର ସହଯୋଗରେ ମୋ ଭାରତ କାର୍ଯ୍ୟକ୍ରମ ଅନ୍ତର୍ଗତ “ସଡକ ସୁରକ୍ଷା ସପ୍ତାହ ପାଳନ ” ଚଳିତ ମାସ ୧୭ ତାରିଖ ରୁ ୨୩ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଥିବା ଅବସରରେ ଏକ ସଚେତନ ଶୋଭାଯାତ୍ରା ସହ ଆଲୋଚନା ଚକ୍ର ଅନୁଷ୍ଟିତ ହୋଇଯାଇଛି I ଏହାକୁ ସୋହମ ସଙ୍ଗଠନର ସମ୍ପାଦକ କାମାକ୍ଷI ପ୍ରସାଦ ଦାଶ, ୩ ନମ୍ବର ୱାର୍ଡ କାଉନ୍ ସିଲର ସ୍ଵୟଂ ପ୍ରଭା ମିଶ୍ର , ସମାଜସେବୀ ଓ ରାଜନେତା ରୁଦ୍ର ପ୍ରସନ୍ନ ରଥ, ବରିଷ୍ଠ ସଦସ୍ୟ ପ୍ରଶାନ୍ତ କୁମାର ଶତପଥୀ ପ୍ରମୁଖ ପ୍ରଦୀପ ପ୍ରଜ୍ଵଳନ କରି କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ l

ଏଥିରେ ଯୁବକ ସ୍ଵେଚ୍ଛାସେବୀ ମାନେ ଅଂଶ ଗ୍ରହଣ କରି ଏକ ଶୋଭାଯାତ୍ରାରେ ବାହାରି ସଡକ ସୁରକ୍ଷା – ଜୀବନ ରକ୍ଷା ସମ୍ବନ୍ଧୀୟ ବିଭିର୍ନ ସ୍ଲୋଗାନ ଦେବା ସହ ଗାଡି ଆରୋହି ମାନଙ୍କୁ ସଚେତନ କରାଇଥିଲେ l ଏଥିରେ ନେହେରୁ ଯୁବା କେନ୍ଦ୍ର ର ଅନିଲ କୁମାର ପ୍ରଧାନ, ନିରଞ୍ଜନ ହୋତା, ସଙ୍ଗଠନର ଚରଣ ଗୁରୁ,ନିର୍ମଳ ନାୟକ , ସୁନୀଲ କୁମାର ମହାନ୍ତି , ରବୀନ୍ଦ୍ର କୁମାର ନାୟକ, ବାପିନା ନାୟକ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ l






