ଚାନ୍ଦପୁର, (ବାଘୁଆବାର୍ତ୍ତା): ମହାପାତ୍ରଙ୍କ ବଳରେ ବଳିୟାନ ଠିକାଦାର ଟାଙ୍ଗୀ ଚାନ୍ଦପୁର ପୂର୍ତ୍ତ ବିଭାଗ ରାସ୍ତାର ପ୍ରଶସ୍ତି କରଣ କୁ ଏପରି ଭାବେ ନିର୍ମାଣ କରିଛି ଯେ, ଘରେ ନ ପଶୁଣୁ ଚାଳ ବାଜିବା ସଦୃଶ ହୋଇଛି। ରବିବାର ଦିନ ଅପରାହ୍ନରେ ସାମାନ୍ୟ ଅଦିନିଆ ବର୍ଷା ହେବା ଫଳରେ ରାସ୍ତା ସାରା ବର୍ଷାପାଣିରେ ଭରପୁର ଏହା ଜଳାଶ୍ରୟର ଭ୍ରମ ସୃଷ୍ଟି କରୁଛି।ନିର୍ମାଣ ପୂର୍ବରୁ ମହାପାତ୍ର ମାନେ ସେମାନଙ୍କ ପାଉଣା ମୁଣିରେ ପୁରାଇ ସାରିଥିବା ହେତୁ ଠିକାଦାର ଉପରେ ଲଗାମ ଲଗାଇବା କ୍ଷମତା ଆଉ କାହାରି ପାଖରେ ନାହିଁ। ନିର୍ମାଣ କାର୍ଯ୍ୟ ଯାକଜମକରେ ହେଲା। ବିଧାୟକ ଓ ସାଂସଦ ଯୋଗଦେଲେ ଚାରି ଥାକିଆ ରାସ୍ତା ନିର୍ମାଣ ସହ ବୃକ୍ଷ ରୋପଣ ଓ ଜଳନିଷ୍କାସିତ ହେବାପାଇଁ ଡ୍ରେନ ଇତ୍ୟାଦି ର ବ୍ୟବସ୍ଥା ହୋଇଥିଲା। ନିର୍ମାଣର ନିର୍ଦ୍ଧାରିତ ସମୟ ମଧ୍ୟ ଗଡି ଗଲାଣି ଠିକାଦାର ନିଜର ମନମାନିରେ ନିର୍ମାଣ ଧୀମାଗତିରେ କରୁଥିବା ହେତୁ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଉଥିଲେ ମଧ୍ୟ ଗୁହାରୀ କରିବେ ଯାହାକୁ ଠିକାଦାର ନିଜର କରିଛି ସେମାନଙ୍କୁ ନିର୍ମାଣ କାମ ଏତେ ନିମ୍ନମାନର ହେଉଥିଲା ଯେ,ପାଟି ଫିଟାଇବାର ଯୁ ନାହିଁ କାହାର ନିର୍ମାଣ ଜନିତ ବୈଷୟିକ ତ୍ରୁଟି ଏତେ ରହିଥିଲା ଯେ, ଅଦିନିଆ ବର୍ଷା ଯୋଗୁ ତାହା ଲୋକ ଲୋଚନକୁ ଆସିଗଲା ବର୍ଷା ଋତୁର ଲଗାଣ ବର୍ଷାରେ ଏହି ରାସ୍ତାର ଅବସ୍ଥା କଣ ହେବ ଓ ଯାନବାହାନ କିପରି ଯାତାୟାତ କରିବେ ତାହା ସହଜରେ ଆଜିର ଘଟଣାରୁ ଜାଣିହେବ ଯେଉଁ ମାନଙ୍କ ବଳରେ ବଳିୟାନ ହୋଇ ଠିକାଦାର ଖସି ଯାଇ ପାରନ୍ତି କିନ୍ତୁ ପୂର୍ତ୍ତବିଭାଗ ଅଧିକାରୀ ମାନେ ଖସି ଯାଇ ପାରିବେ ନାହିଁ। ସବୁଲୋକଙ୍କୁ ସବୁଦିନ ପାଇଁ ଅନ୍ଧକାରରେ ରଖି ହେବ ନାହିଁ। ତେଣୁ ସରକାରୀ ରାଜସ୍ୱକୁ ଠିକ ଭାବରେ ବିନିଯୋଗ ନକଲେ ଶେଷରେ ବିଭାଗୀୟ ଅଧିକାରୀ ମାନେ ହିଁ ଦାୟୀ ହେବେ।






