ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ସଦରଥାନା ଅନ୍ତର୍ଗତ ମାଳିସାହି, ଢେଙ୍କେଣା, ଖଣ୍ଡୁଗାଁ, ଚାହାଳୀ ପଞ୍ଚାୟତର ୧୭ ଖଣ୍ଡ ମୈାଜାବାସୀ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ରାସ୍ତା ନିର୍ମାଣ ପାଇଁ ଦାବି ଜଣାଇଛନ୍ତି । ଏହା ସହିତ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମଧ୍ୟ ସେମାନଙ୍କ ଦାବି ଶୁଣିବା ସହ ଖୁବଶୀଘ୍ର ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି । ଦୀର୍ଘ ୭ ବର୍ଷ ଧରି ୧୭ ଖଣ୍ଡ ମୈାଜା ଓ ଗୁଡ଼ୁପାଙ୍ଗୀ ମଧ୍ୟରେ ରାସ୍ତା ପାଇଁ ବିବାଦ ଲାଗି ରହିଛି । ପ୍ରଧାନମନ୍ତ୍ରୀ ସଡ଼କ ନିର୍ମାଣ ଅଧାପନ୍ତରିଆ ଅବସ୍ଥାରେ ରହିଛି । ଆସନ୍ତା ୨୩ ତାରିଖ ମଧ୍ୟରେ ରାସ୍ତା ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଦାବି କରାଯାଇଛି । ନତୁବା ୧୭ ଖଣ୍ଡ ମୈାଜାବାସୀ ଜାତୀୟ ରାଜପଥ ଅବରୋଧ କରିବା ସହ ଜେଲଭର ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।






