ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼-ଓଡ଼ଗାଁ ରାଜ୍ୟ ରାଜପଥର ପଞ୍ଚରିଡା ଛକ ନିକଟରେ ଏକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତର ଥିବା ଯୁବକଙ୍କ ପରିଚୟ ମିଳିପାରି ନାହିଁ । ସୂଚନାନୁସାରେ, ଶନିବାର ରାତି ସାଢେ ୭ଟା ସମୟରେ ନୟାଗଡ଼ରୁ ଓଡ଼ଗାଁ ଅଭିମୁଖେ ଜଣେ ଯୁବକ ଟିଭିଏସ୍ ଆପାଜି ନଂ(ଓଡ଼ ୨୫ଏମ୍ ୫୬୧୮)ରେ ଯାଉଥିବା ବେଳେ ପଞ୍ଚଡିରା ଛକ ନିକଟରେ ଦୁର୍ଘଟଣା ଘଟିଥିଲା । ତେବେ ଯୁବକ ଜଣଙ୍କ ରାସ୍ତା ଠାରୁ ବହୁ ଦୁରରେ ଛିଟିକ୍ ପଡିଥିବା ବେଳେ ଯୁବକ ଜଣଙ୍କ ଗୁରୁତର ଭାବେ ଆହାତ ହୋଇଥିଲେ । ସ୍ଥାନୀୟ ଲୋକ ରୁଣ୍ଢ ହୋଇ ଉକ୍ତ ଯୁବକଙ୍କୁ ନିକଟସ୍ଥ ହସ୍ପିଟାଲକୁ ଚିକିତ୍ସା ପାଇଁ ନେଇଥିବା ଜଚ୍ଚାପଡିଛି । ତେବେ ଯୁବକଙ୍କ ପରିଚୟ ମିଳିନଥିବା ବେଳେ ରାସ୍ତା ଉପରେ ଗଦା ହୋଇଥିବା ମେଣ୍ଟାଲ ଯୋଗୁଁ ଏଭଳି ଦୁର୍ଘଟଣା ଘଟିଛି ବୋଲି ଆଲୋଚନା କରାଯାଇଛି । ଘର ନିର୍ମାଣ କରିବା ପାଇଁ ରାଜ୍ୟ ରାଜପଥ ଉପରେ ଗଦାଇଥିବା ମେଣ୍ଟାଲ ଯୋଗୁଁ ଦୁର୍ଘଟଣା ହୋଇଥିବାରୁ ଉକ୍ତ ଘର ମାଲିକ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବୁଦ୍ଧିଜୀବି ମହଲରେ ଦାବି କରାଯାଇଛି ।





