ଓଡ଼ଗାଁ,(ବାଘୁଆବାର୍ତ୍ତା): ନିୟନ୍ତ୍ରିତ ବଜାର କମିଟି ବାହାଡ଼ାଝୋଲାର ଓଡ଼ଗାଁ ବଜାର ପ୍ରାଙ୍ଗଣରେ କୃଷି ଜାତ ଦ୍ରବ୍ୟର ବିପଣନ ଓ ସଂରକ୍ଷଣ ନିମନ୍ତେ ୫୦୦ ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ୨ ଗୋଟି ଗୋଦାମ ଗୃହ ଓ ୧୦ ଗୋଟି ଦୋକାନ ଗୃହର ଆଜି ଶୁଭ ଭିତ୍ତିପ୍ରସ୍ଥର ସ୍ଥାପନ ହୋଇଯାଇଛି । କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣି ସଂପଦ ଏବଂ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ୧ କୋଟି ୨୨ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯିବା ନେଇ ଆଜି ଶୁଭ ଶିଳାନ୍ୟାଶ ଦେଇଛନ୍ତି । ଏହି ଅବସରରେ ଉପ ଜିଲ୍ଲପାଳ ତଥା ନିୟନ୍ତ୍ରିତ ବଜାର କମଟିରିର ଅଧ୍ୟକ୍ଷ ଲଗ୍ନଜିତ ରାଉତ, ଜିଲ୍ଲାପରିଷଦ ସଭ୍ୟ ଲୋକ ନାଥ ସାହୁ, ଜିଲ୍ଲାପରିଷଦ ସଭ୍ୟ ବିଭୁପ୍ରସାଦ ସାହୁ, ଆରଏମସିର ସଂପାଦକ ସୁଦାମ ଚରଣ ଜେନା, ରବିନ୍ଦ୍ରନାଥ ପୃଷ୍ଟି, ଓଡ଼ଗାଁ ଏନଏସିର ବିଜେଡ଼ି ସଭାପତିଙ୍କ ସମେତ ଓଡ଼ଗାଁ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ ।






