Thursday, November 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ତୁମ ବିନା ଜୀବନର ମାନେ କିଛି ନାହିଁ: ରିୟା

by ସଞ୍ଜୟ ସ୍ୱାଇଁ
June 14, 2021
in NATIONAL NEWS
ତୁମ ବିନା ଜୀବନର ମାନେ କିଛି ନାହିଁ: ରିୟା
166
VIEWS
Share on FacebookShare on Twitter

ମୁମ୍ବାଇ, (ବାଘୁଆବାର୍ତ୍ତା): ଆଜି ବଲିଉଡ ଷ୍ଟାର ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ବର୍ଷେ ପୂରିଛି। ତାଙ୍କ ଶ୍ରାଦ୍ଧବାର୍ଷିକରେ ତାଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ବେଶ ଭାବବିହ୍ୱଳ ହୋଇଛନ୍ତି। ସୁଶାନ୍ତଙ୍କ ପ୍ରତି ତାଙ୍କ ଭଲପାଇବାକୁ ସେ ଆଜି ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ରିୟା ଆଜି ସୁଶାନ୍ତଙ୍କ ସହ ଉଠାଇଥିବା ଗୋଟିଏ ରୋମାଣ୍ଟିକ ଫଟୋକୁ ଶେୟାର କରି “ତୁମ ବିନା ଜୀବନର ମାନେ କିଛି ନାହିଁ” ବୋଲି ଲେଖିଛନ୍ତି। ଏଥିସହ ସେ ସୁଶାନ୍ତଙ୍କ ମୃତ୍ୟୁକୁ ବିଶ୍ୱାସ କରିପାରୁ ନାହାନ୍ତି ଓ ସବୁଦିନ ତାଙ୍କ ଫେରିବା ବାଟକୁ ଅପେକ୍ଷା କରି ବସିଥିବା ମଧ୍ୟ କହିଛନ୍ତି। ରିୟା ଲେଖିଛନ୍ତି, “କେଉଁଦିନ ଏମିତି ଗୋଟିଏ ମୁହୂର୍ତ୍ତ ନାହିଁ ଯେଉଁଦିନ ତୁମେ ଏଠି ନାହଁ ବୋଲି ମୁଁ ବିଶ୍ୱାସ କରିଛି। କୁହାଯାଏ ଯେ ସମୟ ସବୁ କିଛିକୁ ଠିକ କରିଦିଏ। ତୁମେ ମୋର ସମୟ ଓ ମୋର ସବୁକିଛି। ମୁଁ ଜାଣେ ତୁମେ ମୋର ଅଭିଭାବକ ଆଞ୍ଜେଲ ଓ ତୁମର ବାଇନୋକୁଲାରରେ ମୋତେ ଚନ୍ଦ୍ରରୁ ଦେଖୁଛ। ମୋତେ ସୁରକ୍ଷା ଯୋଗାଇ ଦେଉଛ। ମୁଁ ପ୍ରତିଦିନ ତୁମକୁ ଅପେକ୍ଷା କରେ ଯେ ତୁମେ ମୋତେ ନେବାକୁ ଆସିବ। ମୁଁ ତୁମକୁ ସବୁଆଡ଼େ ଦେଖେ। ମୁଁ ଜାଣେ ତୁମେ ମୋ ସହିତ ଏଠି ଅଛ। ତୁମର ଅବର୍ତ୍ତମାନ ସବୁଦିନ କନ୍ଦାଏ। ତମ କଥା ମନେ ପକାଇ ଆଗକୁ ବଢ଼େ। ତୁମ ବିନା ଜୀବନର ମାନେ କିଛି ନାହିଁ। ତୁମେ ଏହାକୁ ନିଜ ସହ ନେଇଯାଇଛ। ଏହି ଶୂନ୍ୟସ୍ଥାନ କେବେ ବି ପୂରଣ ହୋଇପାରିବ ନାହିଁ। ତୁମ ବିନା, ମୁଁ ଆଜି ପଥର ପାଲଟି ଯାଇଛି। ମୋର ସ୍ୱିଟ ସନଶାଇନ ବୟ। ମୁଁ ତୁମକୁ କଥା ଦେଉଛି ମୁଁ ତୁମକୁ ପ୍ରତିଦିନ ‘ମାଲପୁଆ’ ଦେବି ଓ ଦୁନିଆର ସମସ୍ତ କ୍ୱାଣ୍ଟମ୍ ପଦାର୍ଥ ବିଜ୍ଞାନ ପୁସ୍ତକ ପଢ଼ାଇବି। ଦୟା କରି ମୋ ପାଖକୁ ଫେରିଆସ। ମୁଁ ତୁମକୁ ବହୁତ ମିସ କରୁଛି ମୋର ବନ୍ଧୁ, ମୋର ପ୍ରେମ ବେବୁ ଓ ପୁଟପୁଟ।”

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!