Wednesday, July 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନୟାଗଡ଼ରୁ ଭୁବନେଶ୍ୱରକୁ ଟ୍ରେନ ଚଳାଚଳ ପାଇଁ ଦାବି

by ସଞ୍ଜୟ ସ୍ୱାଇଁ
October 3, 2018
in Feature News
29
VIEWS
Share on FacebookShare on Twitter

ନୟାଗଡ଼ (ବାଘୁଆବାର୍ତ୍ତା ବ୍ୟୁରୋ): ନୟାଗଡ଼ରୁ ଭୁବନେଶ୍ୱରକୁ ସିଧାସଳଖ ଟ୍ରେନ ଚଳାଚଳ ପାଇଁ ନୟାଗଡ଼ର ବିଭିନ୍ନ ସଂଗଠନ ପକ୍ଷରୁ ରେଳମନ୍ତ୍ରୀ ପିୟୁଷ ଗୋୟଲଙ୍କ ନିକଟରେ ଦାବି କରାଯାଇଛି । ଏ ନେଇ ଗତ ୨୮ ତାରିଖ ଦିନ ଭୁବନେଶ୍ୱର ଠାରେ ଓଡ଼ିଶାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ରେଳମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୩ ପୃଷ୍ଠା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯିବାସହ ଶ୍ରୀଯୁକ୍ତ ପ୍ରଧାନ ଏଦିଗରେ ସହଯୋଗ କରିବା ପାଇଁ ଅନୁରୋଧ କରାଯାଇଥିଲା । ସୁଚନା ଯୋଗ୍ୟ ଯେ ଗତ ବର୍ଷ ଜୁନ ୧୯ ତାରିଖ ଦିନ ବହୁ ପ୍ରତୀକ୍ଷିତ ନିର୍ମାଣାଧିନ ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ଅନ୍ତର୍ଗତ ନୟାଗଡ ଟାଉନ଼ ରେଳ ଷ୍ଟେସନ ଉଦଘାଟନ କେନ୍ଦ୍ର ରେଳାମନ୍ତ୍ରୀଙ୍କ ଦ୍ୱାରା ହୋଇଥିଲା । ଯଦ୍ଦ୍ୱାରା ନୟାଗଡ଼ବାସୀଙ୍କ ଦୀର୍ଘ ଦିନର ଆଶା ଆକାଂକ୍ଷା ପୂରଣ ହେବାସହ ନୟାଗଡ଼କୁ ଟ୍ରେନ ଚଳାଚଳର ଶୁଭାରମ୍ଭ ହୋଇଥିଲା ।

ତେବେ ଉଦଘାଟନ ଦିନଠାରୁ ଆଜି ପର୍ଯ୍ୟନ୍ତ କେବଳ ଦୁଇଟି ଟ୍ରେନ ନୟାଗଡ଼ଠାରୁ ପୁରୀ ପର୍ଯ୍ୟନ୍ତ ଯାତାୟତ କରୁଥିବା ବେଳେ ରାଜଧାନୀ ଭୁବନେଶ୍ୱରକୁ କୌଣସି ଟ୍ରେନ ଚଳାଚଳ କରିପାରି ନାହିଁ । ସକାଳ ୫ଟାରେ ଗୋଟିଏ ଟ୍ରେନ ଏବଂ ସାଢ଼େ ୯ଟାରେ ଅନ୍ୟ ଏକ ଟ୍ରେନ ପୁରୀ ଛାଡ଼ୁଥିବା ବେଳେ ଆଉ ଦିନଯାକ କୌଣସି ଟ୍ରେନ ନୟାଗଡ଼କୁ ଯା’ଆସ କରୁ ନାହିଁ । ନୟାଗଡ଼ ଜିଲ୍ଲାର ବିଭିନ୍ନ ପ୍ରାନ୍ତ ଯଥା ଦଶପଲ୍ଲା, ଓଡ଼ଗାଁ,ଖଣ୍ଡପଡ଼ା, କଣ୍ଟିଲୋ ଆଦି ଅଞ୍ଚଳରୁ ଭୁବନେଶ୍ୱର ଯିବା ପାଇଁ ଦୈନିକ ହଜାର ହଜାର ଯାତ୍ରୀ ଘରୋଇ ବସ ଉପରେ ନିର୍ଭର କରୁଛନ୍ତି । ଅନ୍ୟପକ୍ଷରେ ଖଡ଼ଗପୁରରୁ ଖୋର୍ଦ୍ଧାରୋଡ଼କୁ ଦୈନିକ ଯା’ଆସ କରୁଥିବା ଟ୍ରେନଟି ଖୋର୍ଦ୍ଧା ରୋଡ଼ଠାରେ ଅଟକି ରହୁଥିବା ବେଳେ ସେହି ଟ୍ରେନଟିକୁ ନୟାଗଡ଼ ପର୍ଯ୍ୟନ୍ତ ସଂପ୍ରସାରଣ କରାଯିବା ପାଇଁ ମଧ୍ୟ ଏହି ଦାବିପତ୍ରରେ ଅନୁରୋଧ କରାଯାଇଛି । ତେବେ ପ୍ରତିନିଧି ମଣ୍ଡଳୀକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ଦିଗରେ ପୂର୍ଣ୍ଣମାତ୍ରାରେ ସହଯୋଗ କରିବା ସହ ନୟାଗଡ଼-ଭୁବନେଶ୍ୱର ମଧ୍ୟରେ ଟ୍ରେନ ଚଳାଚଳ ପାଇଁ ଯଥାସାଧ୍ୟ ଉଦ୍ୟମ କରିବେ ବୋଲି ପ୍ରତିନିଧି ମଣ୍ଡଳୀକୁ ନିର୍ଭର ପ୍ରତିଶୃତି ପ୍ରଦାନ କରିଛନ୍ତି । ନୟାଗଡ଼ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ନେତୃତ୍ୱରେ ଦିଆଯାଇଥିବା ଏହି ଦାବିପତ୍ରରେ ଭାରତ ବିକାଶ ପରିଷଦ, ନୟାଗଡ଼ ଶାଖା, ନୟାଗଡ଼ ଜିଲ୍ଲା ବାର ଆସୋସିଏସନ, ଘରୋଇ ବସ ଆସୋସିଏସନ, ନୟାଗଡ଼ ବିକାଶ ପରିଷଦ, କେସି କ୍ଲବ, ମୈତ୍ରୀ ଯୁବ ସଂସଦ, ସେବା ନୟାଗଡଙ୍କ଼ ସମେତ ବହୁ ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ, ସାମ୍ବାଦିକ ତଥା ସାଧାରଣ ନାଗରିକ ଦସ୍ତଖତ କରିଛନ୍ତି ।

Leave a Reply Cancel reply

Your email address will not be published. Required fields are marked *

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!