Thursday, July 9, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବଳକା ଉଷୁନା ଚାଉଳ ଏଫ୍‌ସିଆଇ ନ ନେଲେ ପ୍ରଭାବିତ ହେବେ ୧୦ ଲକ୍ଷ ଚାଷୀ: ପ୍ରଧାନମନ୍ତ୍ରୀଙ୍କୁ ନବୀନଙ୍କ ଚିଠି

by ସଞ୍ଜୟ ସ୍ୱାଇଁ
October 11, 2021
in State
ବଳକା ଉଷୁନା ଚାଉଳ ଏଫ୍‌ସିଆଇ ନ ନେଲେ ପ୍ରଭାବିତ ହେବେ ୧୦ ଲକ୍ଷ ଚାଷୀ: ପ୍ରଧାନମନ୍ତ୍ରୀଙ୍କୁ ନବୀନଙ୍କ ଚିଠି
92
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଆସନ୍ତା ଖରିଫରେ ଓଡ଼ିଶାରେ ପ୍ରାୟ ୫୨ ଲକ୍ଷ ମେଟ୍ରିକ ଟନ ଚାଉଳ ସଂଗ୍ରହ ହେବ । ଏଥିରୁ ରାଜ୍ୟ ସରକାର ସମସ୍ତ ଯୋଜନାରେ ପ୍ରାୟ ୨୪ ଲକ୍ଷ ମେଟ୍ରିକ ଟନ ଚାଉଳ ବ୍ୟବହାର କରିବେ । ବାକି ୨୮ ଲକ୍ଷ ଟନ ଚାଉଳ ବଳକା ରହିବ । ଏଥିରୁ ୪ ଲକ୍ଷ ଟନ୍‌ ଅରୁଆ ଚାଉଳ ଏବଂ ବାକି ୨୪ ଲକ୍ଷ ଟନ୍‌ ଉଷୁନା ଚାଉଳ । ଏହି ୨୪ ଲକ୍ଷ ଟନ୍‌ ଉଷୁନା ଚାଉଳ ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ) ଉଠାଇବ ନାହିଁ । କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରାଳୟ ଏ ନିଷ୍ପତ୍ତି ନେଇଛି । ଏଥିରେ ପ୍ରଧାନମନ୍ତ୍ରୀ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରନ୍ତୁ । ଆସନ୍ତା ଖରିଫରେ ଏଫ୍‌ସିଆଇ ବଳକା ସବୁ ଚାଉଳ ଉଠାଇବାକୁ ନିର୍ଦ୍ଦେଶ ଦିଅନ୍ତୁ । ଏମିତି ଅନୁରୋଧ କରି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ଅସନ୍ତା ୨୦୨୧-୧୧ ଖରିଫ ଧାନ ସଂଗ୍ରହ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ଚିଠିରେ ନବୀନ ଦର୍ଶାଇଛନ୍ତି, ବିକେନ୍ଦ୍ରୀକରଣ ବ୍ୟବସ୍ଥାରେ ୨୦୦୩-୦୪ରୁ ଓଡ଼ିଶାରେ ଧାନ ସଂଗ୍ରହ କରାଯାଉଛି । ରାଜ୍ୟରେ ସଂଗୃହୀତ ଚାଉଳ ବଣ୍ଟନ ବ୍ୟବସ୍ଥାରେ ବ୍ୟବହାର କରାଯାଉଛି । ଏହାଛଡ଼ା ବଳକା ଚାଉଳ ଏଫସିଆଇ ଉଠାଣ କରି ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଏବଂ ଅନ୍ୟ ଜନମଙ୍ଗଳ ଯୋଜନାରେ ବିନିଯୋଗ କରିଥାଏ । ଗତ ଖରିଫରେ ୧୪ ଲକ୍ଷ ଚାଷୀ ୭୭.୩୩ ଲକ୍ଷ ଟନ ଧାନ ବିକ୍ରି କରିଛନ୍ତି । ଏଥିରୁ ୫୨.୩୫ ଲକ୍ଷ ଟନ ଚାଉଳ ଉତ୍ପାଦନ ହୋଇଛି । ଚାଷୀମାନଙ୍କୁ ଏ ଧାନ ସଂଗ୍ରହ ବାବଦରେ ୧୪ ହଜାର ୪୪୪ କୋଟି ଟଙ୍କା ପ୍ରଦାନ କରାଯାଇଛି । କରୋନା ମହାମାରୀ ସମୟରେ ଏହା ଚାଷୀଙ୍କୁ ବେଶ୍‌ ସହାୟତା କରିଥିଲା ବେଳେ ଗ୍ରାମ୍ୟ ଅର୍ଥନୀତିକୁ ମଧ୍ୟ ସଶକ୍ତ କରିପାରିଛି । ଆସନ୍ତା ଖରିଫରେ ୫୨ ଲକ୍ଷ ଟନ ଚାଉଳ ସଂଗ୍ରହ ହେବ ବୋଲି ଆକଳନ କରାଯାଇଛି । ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି, ସାଧାରଣତଃ ଓଡ଼ିଶାରେ ଉଷୁନା ଚାଉଳ ବେଶି ବ୍ୟବହାର କରାଯାଏ । ତେଣୁ ମିଲର୍ସମାନେ ଧାନ ସଂଗ୍ରହ ପରେ ଉଷୁନା ଚାଉଳ ଉତ୍ପାଦନ କରନ୍ତି । ତେଣୁ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରାଳୟ ବଳକା ଉଷୁନା ଚାଉଳ ଉଠାଣ ଉପରେ ଯେଉଁ ପ୍ରତିବନ୍ଧକ ଲଗାଇଛନ୍ତି ତାହାକୁ ପ୍ରତ୍ୟାହାର କରିବାର ଆବଶ୍ୟକତା ରହିଛି । ଏହା ନହେଲେ ରାଜ୍ୟର ପ୍ରାୟ ୧୦ ଲକ୍ଷ ଚାଷୀ ହନ୍ତସନ୍ତ ହେବେ । କରୋନା ସମୟରେ କେନ୍ଦ୍ରର ଏ ନିଷ୍ପତ୍ତି ଚାଷୀଙ୍କୁ ଅସୁବିଧାରେ ପକାଇବ । ସେମାନେ ହଇରାଣ ହରକତ ହେବେ ।ତେଣୁ ଏ ସମସ୍ୟାର ସମାଧାନ ପାଇଁ ପ୍ରଧାନମନ୍ତ୍ରୀ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ଏହାଛଡ଼ା କେନ୍ଦ୍ର ଖାଦ୍ୟ ମନ୍ତ୍ରଣାଳୟର ଆବଶ୍ୟକତା ଅନୁସାରେ ସମସ୍ତ ସର୍ତ୍ତ ପୂରଣ ପାଇଁ ଆବଶ୍ୟକ ସମୟ ଦେବାକୁ ମଧ୍ୟ ନବୀନ ଅନୁରୋଧ କରିଛନ୍ତି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!