Thursday, September 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜୁନ ୧୪ ରେ ସୁଶାନ୍ତଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷୀକ, ଏହା ପୂର୍ବରୁ ରିଆ ଚକ୍ରବର୍ତ୍ତୀ କ’ଣ ପୋଷ୍ଟ କଲେ

by ସଞ୍ଜୟ ସ୍ୱାଇଁ
May 28, 2021
in NATIONAL NEWS
ଜୁନ ୧୪ ରେ ସୁଶାନ୍ତଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷୀକ, ଏହା ପୂର୍ବରୁ ରିଆ ଚକ୍ରବର୍ତ୍ତୀ କ’ଣ ପୋଷ୍ଟ କଲେ
483
VIEWS
Share on FacebookShare on Twitter

ମୁମ୍ବାଇ (ବାଘୁଆବାର୍ତ୍ତା): ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତ ଙ୍କ ଜୁନ ୧୪ ତାରିଖରେ ହେବ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ। ଏହା ପୂର୍ବରୁ ତାଙ୍କ ତଥା କଥିତ ଗାର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀ ତାଙ୍କ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ ସେଆର କରିଛନ୍ତି, ଯାହା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ ଗତ କିଛି ଦିନ ହେବ ସେ ନିଜ ପ୍ରଶଂସକ ଏବଂ ଶୁଭଚିନ୍ତକଙ୍କ ସହ ପୁଣି ଥରେ ଯୋଡି ହେବା ପାଇଁ ଚେଷ୍ଟା ଜାରି ରଖିଛନ୍ତି। ଏହା ଭିତରେ ସେ ତାଙ୍କ ଇନଷ୍ଟାଗ୍ରାମରେ ଏକ ନୋଟ୍ ଲେଖିଛନ୍ତି। ସେ କହିଛନ୍ତି, ‘ବଡ ଯନ୍ତ୍ରଣାରୁ ବଡ ଶକ୍ତି ମିଳିଥାଏ। ଆପଣଙ୍କୁ କେବଳ ବିଶ୍ୱାସ ରଖିବାକୁ ପଡିବ। ସେଠାରେ ଅଟକିବାକୁ ପଡିବ । ରିଆଙ୍କ ଏହି ପୋଷ୍ଟରେ ଏବେ ତାଙ୍କ ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ସେଲେବ୍ରିଟିମାନେ ମଧ୍ୟ କମେଣ୍ଟ କରିବାରେ ଲାଗିଛନ୍ତି । ଆସନ୍ତା ଜୁନ୍ ୧୪ ତାରିଖରେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅନୁଷ୍ଠିତ ହେବ। ଗତବର୍ଷ ଜୁନ୍ ୧୪ ତାରିଖରେ ସୁଶାନ୍ତ ମୁମ୍ବାଇର ବାନ୍ଦ୍ରା ସ୍ଥିତ ନିଜ ଘରେ ଫାଶି ଲଗାଇ ଆତ୍ମହତ୍ୟା କରିଥିଲେ। ତାଙ୍କ ମୃତ୍ୟୁକୁ ନେଇ ପରେ ବିବାଦ ଘନେଇଥିଲା। ତାଙ୍କ ମୃତ୍ୟୁକୁ ନେଇ ଡ୍ରଗ୍ସ କାରବାର କଥା ମଧ୍ୟ ଉଠିଥିଲା। ଏହି ମାମଲାରେ ପୁଲିସ ଅଭିନେତ୍ରୀ ରିଆ ଏବଂ ତାଙ୍କ ଭାଇ ସୌଭିକଙ୍କୁ ଗିରଫ କରିଥିଲା। କିଛି ଦିନ ଜେଲ୍ ଭିତରେ ରହିବା ପରେ ଏବେ ରିଆ ଜାମିନରେ ଘରକୁ ଫେରି ସାଧାରଣ ଜୀବନ ବିତାଉଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!