Friday, November 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆରଆଇଙ୍କୁ କାମୁଡ଼ି ଦେଲେ ବାଲି ମାଫିଆ

by ସଞ୍ଜୟ ସ୍ୱାଇଁ
July 6, 2023
in Crime, State
ଆରଆଇଙ୍କୁ କାମୁଡ଼ି ଦେଲେ ବାଲି ମାଫିଆ
89
VIEWS
Share on FacebookShare on Twitter

ବଲାଙ୍ଗିର, (ବାଘୁଆବାର୍ତ୍ତା): ବାଲି ମାଫିଆଙ୍କ ଆକ୍ରୋଶର ଶିକାର ହେଲେ ଆରଆଇ। ବାଲି ମାଫିଆମାନେ ଆରଆଇଙ୍କୁ ନିର୍ଧୂମ ଛେଚିବା ସହ ତାଙ୍କ ହାତକୁ କାମୁଡ଼ି ଦେଲେ। ଏଥିସହ ନିଆଁ ଲଗାଇ ତାଙ୍କ ମୋବାଇଲକୁ ବି ପୋଡ଼ିଦେଲେ। ବାଲି ମାଫିଆଙ୍କ ଏପରି ଉତ୍ପାତ ବଲାଙ୍ଗିର ଜିଲ୍ଲା ସାଲେଭଟା ଫାଣ୍ଡି ମୁରଶୁଣ୍ଡ ଗାଁରେ ଦେଖିବାକୁ ମିଳିଛି। ଆକ୍ରମଣର ଶିକାର ହୋଇଥିବା ଆରଆଇଜଣକ ହେଉଛନ୍ତି ବାବୁଫାସଡ଼ର ଆର. ଆଇ ସୁଶାନ୍ତ ପଟେଲ । ବଲାଙ୍ଗିର ଜିଲ୍ଲା ସାଲେଭଟା ଫାଣ୍ଡି ମୁରଶୁଣ୍ଡ ଗାଁ ନିକଟରେ ଥିବା ଅଙ୍ଗ ନଦୀର ବାଲିଘାଟରୁ ବେଆଇନ ଭାବେ ବାଲି ଚୋରାଚାଲାଣ ହେଉଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇଥିଲେ ଆଗଲପୁର ତହସିଲଦାର। ତହସିଲଦାରଙ୍କ ନିର୍ଦ୍ଦେଶ କ୍ରମେ ଆଜି ସକାଳୁ ସକାଳୁ ବାବୁଫାସଡ଼ର ଆର. ଆଇ ସୁଶାନ୍ତ ପଟେଲ ଟିମ୍ ସହିତ ଅଙ୍ଗ ନଦୀ ବାଲିଘାଟକୁ ଯାଇଥିଲେ । ଅଧିକାରୀଙ୍କ ଦେଖି ବାଲି ବୋଝେଇ ଟ୍ରାକ୍ଟରଟି ଦ୍ରୁତ ଗତିରେ ଯାଉଥିବା ବେଳେ ଆର. ଆଇ ମୋବାଇଲରେ ତାହାର ଭିଡିଓ ଉତ୍ତୋଳନ କରିଥିଲେ । ହଠାତ ବାଲିମାଫିଆମାନେ ଆରଆଇଙ୍କ ମୋବାଇଲ ଛଡ଼ାଇ ଦେଇ ପୋଡି ଦେଇଥିଲେ । ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ବଚସା ହେବାରୁ ସେମାନେ ଆର. ଆଇଙ୍କୁ ମାରପିଟ କରି ତାଙ୍କ ହାତକୁ କାମୁଡି ଦେଇଥିଲେ । ଆହତ ଆରଆଇଙ୍କୁ ଡୁଙ୍ଗରିପାଲି ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି। ଖବର ପାଇ ଆଗଲପୁର ତହସିଲଦାର ମେଡିକାଲରେ ପହଞ୍ଚି ଆରଆଇଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ପରେ ସାଲେଭଟା ଫାଣ୍ଡିରେ ପହଞ୍ଚି ଏଫଆଇଆର ଦାଖଲ କରିଛନ୍ତି । ସେପଟେ ବାଲି ମାଫିଆମାନେ ଏପରି ଘଟଣା ପରେ ଫେରାର ହୋଇ ଯାଇଛନ୍ତି। ଏବେ ଚାରିଆଡ଼େ ଖୁଲମଖୁଲା ବାଲି ମାଫିଆଙ୍କ ଦାଦାଗିରି ଦେଖିବାକୁ ମିଳୁଛି । ସ୍ୱାର୍ଥରେ ଆଞ୍ଚ ଆସିଲେ ସେମାନେ ପ୍ରଶାସନିକ ଅଧିକାରୀଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି। ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ତହସିଲଦାର, ଉପଜିଲ୍ଲାପାଳଙ୍କ ପରି ଅଧିକାରୀ ବାଲି ମାଫିଆଙ୍କ ମରଣାନ୍ତକ ଆକ୍ରମଣର ଶିକାର ହୋଇ ସାରିଥିବା ବେଳେ ଏହା ଥମିବା ନାଁ ଧରୁନି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!