ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଇଟାମାଟି ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ନୂତନ ଗୃହ ଆଜି ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଇଟାମାଟି ଡାକ୍ତରଖାନା ନିକଟରେ ୨୪ ଲକ୍ଷ ୨୩ ହଜାର ଟଙ୍କା ବ୍ୟୟରେ ଦୁଇ ମହଲା ବିଶିଷ୍ଟ କାର୍ଯ୍ୟାଳୟ ଏବଂ ଆବସିକ ଗୃହ ନିର୍ମାଣ କରାଯାଇଛି । ଏହି ଉଦଘାଟନ କାର୍ଯ୍ୟକ୍ରମରେ ନୟାଗଡ଼ ତହସିଲଦାର ଭିକାରୀ ସାହୁ, ଇଟାମାଟି ସରପଞ୍ଚ ସୋନାଲିକା ମନ୍ଥନ ଏବଂ ବିଭାଗୀୟ ଯନ୍ତ୍ରୀମାନେ ଉପସ୍ଥିତ ରହିଥିଲେ ।






