Sunday, November 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆର୍‌ଆଇଙ୍କ କଳାବ୍ୟାଜ ପରିଧାନ ଦ୍ୱିତୀୟ ଦିନରେ, ଅଭିଯୁକ୍ତକୁ ଗିରଫ ଦାବି

by Anil Panda
June 25, 2020
in Breaking
ଆର୍‌ଆଇଙ୍କ କଳାବ୍ୟାଜ ପରିଧାନ ଦ୍ୱିତୀୟ ଦିନରେ, ଅଭିଯୁକ୍ତକୁ ଗିରଫ ଦାବି
33
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): କୋମଣ୍ଡ ଆର୍‌ଆଇଙ୍କୁ ଆକ୍ରମଣ ଘଟଣାରେ ସାରା ଜିଲ୍ଲାରେ ରାଜସ୍ୱ ଅଣଗେଜେଟେଡ୍ କ୍ଷେତ୍ର କର୍ମଚାରୀ ସଂଘ ପକ୍ଷରୁ ଦିଆଯାଇଥିବା କଳାବ୍ୟାଜ ପରିଧାନ ଡକରା ଆଜି ଦ୍ୱିତୀୟ ଦିନରେ ପହଂଚିଛି । ଗତକାଲି ଏବଂ ଆଜି ଜିଲ୍ଲାରେ ଆର୍‌ଆଇ ଏବଂ ଏଆର୍‌ଆଇ ମାନେ କଳାବ୍ୟାଜ ପରିଧାନ କରିଛନ୍ତି । ସୂଚନାନୁସାରେ, ଓଡ଼ଗାଁ ତହସିଲ କାର୍ଯ୍ୟାଳୟ ପରିସରରେ ଓକିଲ ଏବଂ ଆରଆଇଙ୍କ ମଧ୍ୟରେ ଗଣ୍ଡଗୋଳ ଯୋଗୁଁ ଓଡ଼ଗାଁ ଥାନାରେ ଉଭୟ ପକ୍ଷରୁ ୨ଟି ଅଭିଯୋଗ ହୋଇଛି । ଗତ ସପ୍ତାହ ଗୁରୁବାର ଅପରାହ୍ନ ୧ଟା ବେଳେ କୋମଣ୍ଡ ଆରଆଇ ଧନଞ୍ଜୟ ସାହୁ ତହସିଲ କାର୍ଯ୍ୟାଳୟ ଆସିଥିବା ବେଳେ ଓକିଲମାନଙ୍କ ସହ ଭେଟ ହୋଇଥିଲା । ଆରଆଇଙ୍କର ବଦଳି ହୋଇଥିବାରୁ କୋମଣ୍ଡ ମୈାଜାର ଜଣେ ମହିଳାଙ୍କ ମ୍ୟୁଟେସନ ପାଇଁ ଏକବର୍ଷ ପୂର୍ବରୁ ନେଇଥିବା ଟଙ୍କା ଫେରାଇ ଦେବା ପାଇଁ ଓକିଲମାନେ ଧନଞ୍ଜୟଙ୍କୁ କହିଥିଲେ । ଆର୍‌ଆଇ ଧନଞ୍ଜୟ କାହାରିଠାରୁ କୈାଣସି ଟଙ୍କା ଗ୍ରହଣ କରିନାହାନ୍ତି ବୋଲି କହିବା ପରେ ଉଭୟପକ୍ଷଙ୍କ ମଧ୍ୟରେ ଉତେଜନା ପ୍ରକାଶ ପାଇଥିଲା । ଖବର ପାଇ ଘଟଣା ସ୍ଥଳରେ ଓଡ଼ଗାଁ ପୋଲିସ ପହଁଚି ଉଭୟ ପକ୍ଷଙ୍କୁ ଡାକି ଆପୋଷ ସମାଧାନ କରିଥିଲେ । ମାତ୍ର ପରମୂହୂର୍ତ୍ତରେ ଆରଆଇ ଧନଞ୍ଜୟ ଓକିଲମାନେ ତାଙ୍କୁ ମାରପିଟ କରିଥିବା ନେଇ ଓଡ଼ଗାଁ ଥାନାରେ ଅଭିଯୋଗ କରିବା ପରେ ଓକିଲମାନଙ୍କ ତରଫରୁ ପୁର୍ଣ୍ଣଚନ୍ଦ୍ର ଦୋରା ଅନୁରୁପ ଭାବେ ଅଭିଯୋଗ କରିଥିଲେ । ଜଣେ ସରକାରୀ କର୍ମଚାରୀଙ୍କୁ ମାଡ଼ ମରାଯିବା ଘଟଣାରେ ପୁଲିସ କୈାଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ଏବଂ ଅଭିଯୁକ୍ତକୁ ଗିରଫ କରିବା ଦାବିରେ ସଂଘ ପକ୍ଷରୁ କଳାବ୍ୟାଜ ପରିଧାନ ଡାକରା ଦିଆଯାଇଥିଲା । ସଂଘର ସଭାପତି ସୁବାଷ ଚନ୍ଦ୍ର ମିଶ୍ର ଏବଂ ସଂପାଦକ ଅଜିତ୍ କୁମାର ଡାକୁଆଙ୍କ ନେତୃତ୍ୱରେ ସମସ୍ତ ଆର୍‌ଆଇ ଏବଂ ଏଆର୍‌ଆଇ ମାନେ ଦୁଇଦିନ ଧରି କଳାବ୍ୟାଜ ପରିଧାନ କରିଥିବା ଜଣାଯାଇଛି ।

Leave a Reply Cancel reply

Your email address will not be published. Required fields are marked *

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!