Friday, September 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜମି ବିବାଦ, ହଠାତ ଇସ୍ତଫା ଦେଲେ ମୁଦା ମୁଖ୍ୟ

by ସଞ୍ଜୟ ସ୍ୱାଇଁ
October 16, 2024
in NATIONAL NEWS
ଜମି ବିବାଦ, ହଠାତ ଇସ୍ତଫା ଦେଲେ ମୁଦା ମୁଖ୍ୟ
23
VIEWS
Share on FacebookShare on Twitter

କର୍ଣ୍ଣାଟକା, (ବାଘୁଆବାର୍ତ୍ତା): ମହୀଶୂର ଅର୍ବାନ ବିକାଶ ପ୍ରାଧିକରଣ (ମୁଦା)ର ମୁଖ୍ୟ ଏମକେ ମାରିଗୌଡ଼ା ହଠାତ ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ଅତନ୍ୟନ୍ତ ଘନିଷ୍ଠ ମାରିଗୌଡ଼ା ସ୍ୱାସ୍ଥ୍ୟଗତ କାରଣରୁ ମୁଦା ମୁଖ୍ୟରୁ ଇସ୍ତଫା ଦେଇଥିବା କହୁଛନ୍ତି। ହେଲେ ଏବେ କର୍ଣ୍ଣାଟକାରେ ମୁଦା ଜମି ଦୁର୍ନୀତି ବିବାଦ ଚରମସୀମାରେ ପହଞ୍ଚିଛି। ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଓ ତାଙ୍କ ପରିବାର ଏଥିରେ ଫସିଛନ୍ତି। ଉଭୟ ଲୋକାୟୁକ୍ତ ଓ ଇଡି ଏହାର ତଦନ୍ତ କରୁଥିବା ବେଳେ ମାରିଗୌଡ଼ାଙ୍କ ଅପ୍ରତ୍ୟାଶିତ ଇସ୍ତଫା ସମସ୍ତଙ୍କୁ ଚକିତ କରିଛି। ତେବେ ଇସ୍ତଫା ସମ୍ପର୍କରେ ମାରିଗୌଡ଼ା କହିଛନ୍ତି, “ମୁଁ ମୋର ଇସ୍ତଫାପତ୍ର ନଗର ଉନ୍ନୟନ ବିଗାର ସଚିବଙ୍କ ପାଖକୁ ପଠାଇ ଦେଇଛି। ମୁଖ୍ୟମନ୍ତ୍ରୀ ମୋତେ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ତେଣୁ ମୁଁ ଇସ୍ତଫା ଦେଇଛି। ମୁଦା ପ୍ରସଙ୍ଗର ତଦନ୍ତ ଚାଲିଛି। ତଦନ୍ତ ଚାଲିବାକୁ ଦିଆଯାଉ। ତଦନ୍ତ ସବୁ କିଛିର ପର୍ଦ୍ଦାଫାସ କରିବ। ମୋ ଉପରେ କୌଣସି ଚାପ ନାହିଁ। ମୁଁ ସ୍ୱାସ୍ଥ୍ୟଗତ ସମସ୍ୟାରୁ ଇସ୍ତଫା ଦେଇଛି। ମୁଖ୍ୟମନ୍ତ୍ରୀ ମୋ ଉପରେ ଏନେଇ କୌଣସି ଚାପ ପକାଇ ନାହାନ୍ତି।” ମୁଦା ପକ୍ଷରୁ କ୍ଷତିପୂରଣ ବାବଦରେ ଦିଆଯାଇଥିବା ଜମିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ମୁଦା ମୁଖ୍ୟ ବିବାଦରେ ରହିଛନ୍ତି। ମୁଦା ପକ୍ଷରୁ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ପତ୍ନୀ ପାର୍ବତୀଙ୍କୁ ତାଙ୍କ ଭାଇ ମଲ୍ଲିକାର୍ଜୁନ ସ୍ୱାମୀଙ୍କ ଜରିଆରେ ୩.୨ ଏକର ଜମି ଦିଆଯାଇଥିଲା। ମୁଦା ପ୍ରଥମେ ପାର୍ବତୀଙ୍କ ଗୋଟିଏ ଜମିକୁ ବିକାଶମୂଳକ କାର୍ଯ୍ୟ ପାଇଁ ଅଧିଗ୍ରହଣ କରିଥିଲା। ଏହାପରେ ପାର୍ବତୀ କ୍ଷତିପୂରଣ ମାଗିଥିଲେ। ତେଣୁ ତାଙ୍କୁ ୧୪ଟି ପ୍ଲଟ ଦିଆଯାଇଥିଲା। ବିରୋଧୀ ଅଭିଯୋଗ କରିଛନ୍ତି ଯେ ମୁଦା ପାର୍ବତୀଙ୍କ ଠାରୁ ଯେଉଁ ଜମି ନେଇଥିଲା, ତା’ ଠାରୁ ଅଧିକ ମୂଲ୍ୟବାନ ପ୍ଲଟ ତାଙ୍କୁ ପ୍ରଦାନ କରିଛି। ଏହି ଜମି ନେଣଦେଣ ଯୋଗୁ ୩ ହଜାରୁ ୪ ହଜାର କୋଟି ଟଙ୍କା ଦୁର୍ନୀତି ହୋଇଛି। ଏହି ପ୍ରସଙ୍ଗରେ ବିରୋଧୀ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ଭୂମିକା ଉପରେ ଅଙ୍ଗୁଳି ଉଠାଇ ତାଙ୍କୁ ଇସ୍ତଫା ଦେବାକୁ ଦାବି କରିଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!