ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ରଣପୁର ତହସିଲ୍ ଅନ୍ତର୍ଗତ ଡମସାହି ପଂଚାୟତର ପଡ଼ା ଗ୍ରାମ ଭାବେ ପରିଗଣିତ ହେଉଥିବା ତଲାରିବନ୍ଧକୁ ରାଜସ୍ୱ ଗ୍ରାମର ମାନ୍ୟତା ମିଳିଛି । ଓଡ଼ିଶା ବୋର୍ଡ଼ ଅଫ୍ ରେଭିନ୍ୟୁ ୧୫ ଜୁଲାଇ ୨୦୨୦ ଚିଠି ସଂଖ୍ୟା ୨୦୫୩ ଅନୁଯାୟୀ ତଲାରିବନ୍ଧ ସ୍ୱତନ୍ତ୍ର ଭାବେ ରାଜସ୍ୱ ଗ୍ରାମ ଭାବେ ପରିଗଣିତ ହୋଇଛି । ବହୁ ଦିନରୁ ଦାବି କରି ଆସୁଥିବା ତଲାରିବନ୍ଧ ଗ୍ରାମବାସୀ ରାଜ୍ୟ ସରକାର ଏବଂ ସ୍ଥାନୀୟ ପ୍ରଶାସନକୁ କୃତଜ୍ଞତା ଜଣାଇଛନ୍ତି । ଏଠାରେ ପ୍ରକାଶ ଯୋଗ୍ୟ ଯେ, ପୂର୍ବରୁ ରାଜସ୍ୱ ଗ୍ରାମ୍ୟ ମାନତ୍ୟା ନେଇ ଡମସାହି ଏବଂ ତଲାରିବନ୍ଧ ମଧ୍ୟରେ ବହୁ ବାଦ ବିବାଦ ରହିଥିଲା । ଏହାକୁ ନେଇ ଅନେକ ଥର ରାସ୍ତାରୋକ ଆନ୍ଦୋଳନ ମଧ୍ୟ ହୋଇଥିବା ଜଣାଯାଇଛି ।




