ନୟାଗଡ଼, (ବାଘୁଆବାର୍ତ୍ତା): ଖଣ୍ଡପଡ଼ା ତହସିଲ ଅଞ୍ଚଳରେ ପୁଲିସ୍ ପେଟ୍ରୋଲିଂ କରୁଥିବା ସମୟରେ ଏକ ପଥର ବୋଝେଇ ଟକ୍କ୍ରକୁ ଜବତ କରିଥିଲା । ଆଜି ଉକ୍ତ ଟ୍ରାକ୍ଟର ମାଲିକ ଠାରୁ ୨୩ହଜାର ଟଙ୍କା ଫାଇନ୍ କଟାଯାଇଥିବା ଜଣାପଡିଛି । ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ପୁଲିସ୍ ଗତକାଲି ବିଳମ୍ବିତ ରାତିରେ ଶାଳଝରିଆ ଅଞ୍ଚଳରେ ପେଟ୍ରୋଲିଂ କରୁଥିବା ସମୟରେ (ଓଡି ୨୫ଇ ୮୬୦୪) ପଥର ବୋଝେଇ ଟ୍ରାକ୍ଟର ଉପରେ ନଜର ପଡିଥିଲା । ତେବେ ଟ୍ରାକ୍ଟର ପାଖକୁ ଯାଇ ତା’ ବିଲ୍ ମାଗିବାରୁ ଟ୍ରାକ୍ଟର ଚାଳକ ନଦେଖାଇ ପାରିବାରୁ ପଥର ବୋଝେଇ ଟ୍ରାକ୍ଟରକୁ ଥାନାକୁ ନେଇଥିଲେ । ଆଜି ଉକ୍ତ ଟ୍ରାକ୍ଟର ମାଲିକଙ୍କ ଠାରୁ ଖଣ୍ଡପଡ଼ା ତସହିଲଦାର ୨୩ ହଜାର ଟଙ୍କାର ଫାଇନ୍ କାଟିଥିବା ନେଇ ଖଣ୍ଡପଡ଼ା ଥାନା ଅଧିକାରୀ ବିଶ୍ୱଜିତ୍ ରାଉତରାୟ ସୂଚନା ଦେଇଛନ୍ତି ।






