ମାଲକାନଗିରି, (ବାଘୁଆବାର୍ତ୍ତା): ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ତହସିଲଦାର ନୂତନ ପନ୍ଥା ଅବଲମ୍ବନ କରିଛନ୍ତି । ଏଣିକି ଆଉ ଜମି ଜମା ଓ ପଟ୍ଟା ବାବଦରେ ଆଉ ଆସିବାକୁ ପଡିବ ନାହିଁ ତହସିଲ୍ କାର୍ଯ୍ୟାଳୟକୁ । ଏଣିକି ଘରେ ଘରେ ପହଞ୍ଚିବ ରାଜସ୍ୱ ରଥ । ଖୁବ୍ କମ୍ ସମୟ ଭିତରେ ସମସ୍ୟାର ସମାଧନ ହେବ । ଏହାର ଲକ୍ଷ ନେଇ ମାଲକାନଗିରି ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ମାଲକାନଗିରି ତହସିଲଦାର ନୂତନ ତରିକା ଅବଲମ୍ବନ କରି ଆଜି ଠାରୁ ରାଜସ୍ୱ ରଥ ଗଡ଼ାଇଛନ୍ତି । ହିତାଧିକାରୀ ମାନେ କୌଣସି ପ୍ରମାଣପତ୍ର କିମ୍ବା ଜମି ପଟ୍ଟା ଲାଗି ତହସିଲ ଅଫିସକୁ ନଦୌଡି ଅନଲାଇନ୍ରେ ଆବେଦନ କରିବାର ଏକ ନିର୍ଦ୍ଦିଷ୍ଟ ସମୟ ପରେ ହିତାଧିକାରୀଙ୍କ ଘରକୁ ଯିବ ରାଜସ୍ୱ ରଥ । ଘରେ ବସି ସରକାରୀ ଅଧିକାରୀଙ୍କ ଠାରୁ ସିଧାସଳଖ ଗ୍ରହଣ କରିବେ ପ୍ରମାଣପତ୍ର । ଆଜି ଏହି ରାଜସ୍ୱ ରଥ ଗଡ଼ିଛି । ରଜସ୍ୱ ରଥ ଗଡ଼ିବାର ପ୍ରଥମ ଦିନରେ ଭୂମିହୀନ ଗରିବ ଲୋକଙ୍କ ସହ ମାଓବାଦୀଙ୍କ ଗୁଳିରେ ପ୍ରାଣ ହରାଇ ଥିବା ସହିଦ୍ ପୁଲିସ୍ କର୍ମଚାରୀଙ୍କ ପରିବାରକୁ ୪ ଡେସିମିଲି ଲେଖାଏଁ ଜମି ପଟ୍ଟା ଘରକୁ ଘର ରାଜସ୍ୱ ରଥ ଯାଇ ଜମି ପଟ୍ଟା ପ୍ରଦାନ କରାଯାଇଛି ।






