Sunday, July 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭାରତ ଆସିବାକୁ କାବୁଲ ବିମାନ ବନ୍ଦରରେ ଅପେକ୍ଷା କରିଥିଲେ ୧୪୦ ଜଣ ଯାତ୍ରୀ, ଅଟକାଇଲେ ତାଲିବାନ

by ସଞ୍ଜୟ ସ୍ୱାଇଁ
August 26, 2021
in WORLD
ଭାରତ ଆସିବାକୁ କାବୁଲ ବିମାନ ବନ୍ଦରରେ ଅପେକ୍ଷା କରିଥିଲେ ୧୪୦ ଜଣ ଯାତ୍ରୀ, ଅଟକାଇଲେ ତାଲିବାନ
133
VIEWS
Share on FacebookShare on Twitter

କାବୁଲ, (ବାଘୁଆବାର୍ତ୍ତା): ବୁଧବାର ବିଳମ୍ୱିତ ରାତିରେ ୧୪୦ ଜଣ ଯାତ୍ରୀ ଭାରତ ଆସିବାକୁ ଚାହୁଁଥିଲେ। ଏଥିପାଇଁ ଆଫଗାନିସ୍ତାନର କାବୁଲ ବିମାନ ବନ୍ଦରରେ ଅପେକ୍ଷା କରିଥିଲେ। ହେଲେ ତାଲିବାନୀ ମାନେ ୧୪୦ ଯାତ୍ରୀଙ୍କ ଦିଲ୍ଲୀ ଯାତ୍ରା ଉପରେ ରୋକ୍ ଲଗାଇଛନ୍ତି ବୋଲି ସୂଚନା ରହିଛି। ରବିବାର ଶ୍ରୀ ଗୁରୁ ତେଗ ବାହାଦୁରଙ୍କ ୪୦୦ ତମ ଜନ୍ମ ବାର୍ଷିକୀ ରହିଛି। ଏହି ଅବସରରେ ଯୋଗ ଦେବା ପାଇଁ ଆଫଗାନିସ୍ତାନର ଶିଖ୍ ମାନେ ଦିଲ୍ଲୀ ଆସି ଏହି ପର୍ବରେ ସାମିଲ୍ ହେବାକୁ ଚାହୁଁଥିଲେ। ଦିଲ୍ଲୀ ସ୍ଥିତ ନିୟୁ ମହାଭୀର ନଗରରେ ଥିବା ଶ୍ରୀ ଗୁରୁ ଅରଜନ ଦେବ ଜି ଗୁରୁଦ୍ୱାରର ସଭାପତି ପ୍ରତାପ ସିଂହ (ଆଫଗାନିସ୍ତାନ ବାସିନ୍ଦା) କହିଛନ୍ତି, ରବିବାର କୀର୍ତ୍ତନ ଦରବାର ଆୟୋଜିତ ହେବ ବୋଲି ନିର୍ଦ୍ଧାରିତ ହୋଇଛି। ଏହି ସମୟରେ ଦେଶ ବିଦେଶର ଅନେକ ଶିଖ୍ ସମ୍ପ୍ରଦାୟର ଲୋକ ଯୋଗ ଦେବାର ଯୋଜନା ରହିଛି। ହେଲେ ତାଲିବାନ ମାନେ ୧୪୦ ଜଣ ଯାତ୍ରୀଙ୍କୁ କାବୁଲ ବିମାନ ବନ୍ଦରରେ ଅଟକାଇ ରଖିଛନ୍ତି। ସେ କହିଛନ୍ତି, ଦୀର୍ଘ ୧୫ ଘଣ୍ଟା ଧରି ୧୪୦ ଯାତ୍ରୀଙ୍କ ଗାଡିକୁ ତାଲିବାନ ଘେରି ରହିବା ପରେ ବିମାନ ବନ୍ଦରରୁ ତାଲିବାନୀଙ୍କୁ ଫେରାଇ ଦେଇଛନ୍ତି। ତେଣୁ ଆମେ ଭାରତ ସରକାରଙ୍କୁ ଅନୁରୋଧ କରୁଛୁ ଏହି ଯାତ୍ରୀ କିଭଳି କାବୁଲରୁ ଦିଲ୍ଲୀ ଆସି ପାରିବେ ଏବଂ ଏହି ସମାରୋହରେ ଯୋଗ ଦେଇପାରିବେ ସେ ନେଇ ବ୍ୟବସ୍ଥା କରିବା ଦରକାର। ଚଳିତ ସପ୍ତାହରେ ଆଫଗାନିସ୍ତାନର କାବୁଲରୁ ଦିଲ୍ଲୀକୁ ଶ୍ରୀ ଗୁରୁ ଗ୍ରନ୍ଥ ସାହିବଙ୍କ ପାଇଁ ସ୍ୱରୋପସ ଆସିଥିଲା। ଏହାକୁ ବିମାନ ବନ୍ଦରରେ ଗ୍ରହଣ କରିଥିଲେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଏବଂ ନଗର ଉନ୍ନୟନ ମନ୍ତ୍ରୀ ହରଦୀପ ସିଂହ ପୁରୀ। ସେହିପରି ଅଗଷ୍ଟ ୨୪ରେ ଆଫଗାନିସ୍ତାନରୁ ଗୁରୁ ଗ୍ରନ୍ଥ ସାହିବଙ୍କର ତିନୋଟି ଗ୍ରନ୍ଥ ସହିତ ୭୭ ଜଣ ସାଧାରଣ ନାଗରିକ କାବୁଲରୁ ଆସିଥିଲେ। ଯେଉଁଥିରେ ଆଫଗାନିସ୍ତାନର ହିନ୍ଦୁ ଏବଂ ଶିଖ ଆସି ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିଥିଲେ। ଏହି ୭୭ ଜଣଙ୍କ ମଧ୍ୟରେ ୪୪ ଜଣ ଆଫଗାନିସ୍ତାନର ଶିଖ୍ ଥିଲେ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!