ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ ଆଜି ଅବସର ଗ୍ରହଣ କରିଛନ୍ତି । ଦୀର୍ଘଦିନ ଧରି ନୟାଗଡ଼ ଜିଲ୍ଲା କାର୍ଯ୍ୟାଳୟରେ ସେ ଗ୍ରନ୍ଥାଗାରିକ ଭାବେ କାର୍ଯ୍ୟ କରିଥିଲେ । ଏହା ପରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ାକୁ ଉପ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ ପଦୋନ୍ନତୀ ସହ ବଦଳି ହୋଇଥିଲା । ଦୁଇ ବର୍ଷ ନୟାଗଡ଼ ଜିଲ୍ଲାକୁ ଆସି ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଦାୟିତ୍ୱ ତୁଲାଇଥିଲେ । ଆଜି ସେ ଅବସର ଗ୍ରହଣ କରିବା ପରେ କର୍ମଚାରୀମାନେ ତାଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି । ତାଙ୍କ ପରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ ଡେପୁଟି କଲେକ୍ଟର ତରୁଣ କୁମାର ମହାପାତ୍ର ଭାରପ୍ରାପ୍ତ ଦାୟିତ୍ୱରେ ରହିଛନ୍ତି ।






