Friday, July 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସୁଧହାର ଅପରିବର୍ତ୍ତିତ ରଖି କୋଭିଡ୍‌ ଦ୍ବିତୀୟ ପ୍ରବାହ ମୁକାବିଲା ପାଇଁ ଅତିରିକ୍ତ ପଦକ୍ଷେପ ଘୋଷଣା କଲା ରିଜର୍ଭ ବ୍ୟାଙ୍କ୍

by ସଞ୍ଜୟ ସ୍ୱାଇଁ
June 4, 2021
in Nayagarh
ସୁଧହାର ଅପରିବର୍ତ୍ତିତ ରଖି କୋଭିଡ୍‌ ଦ୍ବିତୀୟ ପ୍ରବାହ ମୁକାବିଲା ପାଇଁ ଅତିରିକ୍ତ ପଦକ୍ଷେପ ଘୋଷଣା କଲା ରିଜର୍ଭ ବ୍ୟାଙ୍କ୍
176
VIEWS
Share on FacebookShare on Twitter

ମୁମ୍ବାଇ,(ବାଘୁଆବାର୍ତ୍ତା): ସୁଧହାର ଅପରିବର୍ତ୍ତିତ ରଖି ଶୁକ୍ରବାର ଦିନ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ କ୍ରମାଗତ ଷଷ୍ଠଥର ପାଇଁ ଆର୍ଥିକ କାରବାର ସୁଧାରିବା ଲାଗି ସ୍ଥିତାବସ୍ଥା ବଜାୟ ରଖିଛି। ୪% ଥିବା ରେପୋ ରେଟ୍‌ ଅପରିବର୍ତ୍ତିତ ରଖିବା ଲାଗି କେନ୍ଦ୍ରୀୟ ବ୍ୟାଙ୍କ୍‌ର ‘ମନିଟାରି ପଲିସି କମିଟି’ (ଏମ୍‌ପିସି) ସର୍ବସମ୍ମତିକ୍ରମେ ନିଷ୍ପତ୍ତି ଗ୍ରହଣ କରିଛି। ସେହିପରି ରିଭର୍ସ ରେପୋ ରେଟ୍‌ ମଧ୍ୟ ପୂର୍ବଭଳି ୩.୩୫% ରଖାଯାଇଛି। ଭବିଷ୍ୟତ ପାଇଁ ଆଗରୁ ଅର୍ଥନୀତିଜ୍ଞମାନେ ଯେଉଁ ପ୍ରକାରର ବ୍ୟବସ୍ଥା କଥା ପରିକଳ୍ପନା କରିଥିଲେ ରିଜର୍ଭ ବ୍ୟାଙ୍କ୍‌ର ନିଷ୍ପତ୍ତି ସେହି ପ୍ରକାରର ଚାଲିଛି। ‘ଏମ୍‌ପିସି’କୁ ଉଦ୍‌ବୋଧନ ଦେଇ ରିଜର୍ଭ ବ୍ୟାଙ୍କ୍ ଗଭର୍ଣ୍ଣର୍‌ ଶକ୍ତିକାନ୍ତ ଦାସ କୋଭିଡ୍‌-୧୯ ଦ୍ବିତୀୟ ପ୍ରବାହ ସମୟର ଆର୍ଥିକ ପରିସ୍ଥିତି ସମ୍ବନ୍ଧରେ କେତେକ ସବିଶେଷ ବିବରଣୀ ଉପସ୍ଥାପନ କରିଥିଲେ। ସେ କିନ୍ତୁ, କହିଛନ୍ତି ଯେ, ପ୍ରଥମ ପ୍ରବାହ ଭଳି ଦ୍ବିତୀୟ ପ୍ରବାହ ଅର୍ଥନୀତିକୁ ଏତେଟା କ୍ଷତିଗ୍ରସ୍ତ କରିନାହିଁ। ଆର୍ଥିକ ବର୍ଷ ୨୨ପାଇଁ ମଧ୍ୟ କେନ୍ଦ୍ରୀୟ ବ୍ୟାଙ୍କ୍‌ ତା’ର ‘ଜିଡିପି’ ଅଭିବୃଦ୍ଧି ସଂଶୋଧନ କରିଛି। ପୂର୍ବରୁ ୧୦.୫% ‘ଡିଜିପି’ ଏବେ ୯.୫%ରେ ରହିଛି। ଏହଛଡ଼ା, ଆର୍ଥିକ ବର୍ଷ ୨୨ ନିମନ୍ତେ ଖାଉଟି ମୁଦ୍ରାସ୍ଫିତି ହାର ୫.୧% ରହିବ ବୋଲି ମଧ୍ୟ ରିଜର୍ଭ ବ୍ୟାଙ୍କ୍ ପ୍ରୋଜେକ୍ଟ୍ କରିଛି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!