ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଆସନ୍ତା ସାଧାରଣତନ୍ତ୍ର ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ସଦ୍ଭାବନା ଗୃହରେ ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ବୈଠକରେ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ଅତିରିକ୍ତ ଜିଲ୍ଲାପାଳ ନିର୍ବାଚନ ରୋଜିନା ଦାସ, ଉପ ଜିଲ୍ଲାପାଳ କର୍ଣ୍ଣଦେବ ସମାଦାର, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସନାତନ କାଲୋ ଓ ସୁଚନା ଲୋକ ସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ ଉପସ୍ଥିତ ରହିଥିଲେ । ପୂର୍ବ ବର୍ଷ ଭଳି ଏ ବର୍ଷ ସୁଚାରୁ ରୁପେ ପାଳନ କରିବା ପାଇଁ ଆଲୋଚନା କରାଯାଇଥିଲା ।
ସମସ୍ତ ବିଭାଗ ଅଧିକାରୀ ମାନେ ଯେଉଁ ସବୁ କାର୍ଯ୍ୟ ତୁଲାଉଥିଲେ ଏବର୍ଷ ସେହିପରି ଭାବରେ ତୁଲାଇବେ । ବିଭିନ୍ନ ବିଭାଗରେ ହେବାକୁ ଥିବା ପ୍ରତିଯୋଗିତାରେ ଦକ୍ଷ ବିଚାରପତି ରଖିବା ପାଇଁ ଆଲୋଚନା ହୋଇଛି । ଯେଉଁ ଯେଉଁ ବିଭାଗରେ ପ୍ରତିଯୋଗିତା ହେବ ପ୍ରତ୍ୟେକ ବିଭାଗରେ ସ୍ୱତନ୍ତ୍ର ବିଚାରପତି ରହିବା ପାଇଁ ଆଲୋଚନା କରାଯାଇଛି । ଦକ୍ଷତା ଥିବା ଲୋକ ବିଚାରପତି ରହିପାରିବେ ।
ଜିଲ୍ଲା ସ୍ତରରେ ଅନୁଷ୍ଠିତ ହେବାକୁ ଥିବା ବିଭିନ୍ନ ପ୍ରତିଯୋଗିତାରେ ପ୍ରତ୍ୟେକ ବ୍ଲକର ଛାତ୍ରଛାତ୍ରୀ ମାନେ ଯୋଗ ଦେଇ ପାରିବେ । କୃତିତ୍ୱ ଲାଭ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ସାଧାରଣ ତନ୍ତ୍ର ଦିବସରେ ପୁରସ୍କୃତ କରାଯିବ । ସମସ୍ତ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ବହୁ ସମାଜ ସେବୀ, ଆଇନଜୀବି, ସାମ୍ବାଦିକ, ସ୍ୱୋଚ୍ଛାସେବୀଙ୍କ ସମେତ ବିଭିନ୍ନ ବର୍ଗର ଲୋକ ମାନେ ଉପସ୍ଥିତ ହୋଇଥିଲେ ।