ନୟାଗଡ଼, (ବାଘୁଆବାର୍ତ୍ତା): ଆଜି ପବିତ୍ର ସରସ୍ୱତୀ ପୂଜା । ଏହି ଅବସରରେ ଆଜି ନୟାଗଡ଼ ସାମ୍ବାଦିକ ଭବନର ନୂତନ ସଭା ଗୃହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବୈଦିକ ରୀତି ନୀତି ଅନୁଯାୟୀ ଏହି ଉତ୍ସବ ପାଳନ କରାଯାଇଛି । ହୋମ ଯଜ୍ଞ ସହ ପ୍ରସାଦ ସେବନର ବ୍ୟବସ୍ଥା ରହିଛି ।

ନୟାଗଡ଼ ସାମ୍ବାଦିକ ଭବନର ସଭାପତି ବୈଦ୍ୟଭୁଷଣ ମହାପାତ୍ର, କାର୍ଯ୍ୟକାରୀ ସମ୍ପାଦକ ଅନୀଲ କୁମାର ପଣ୍ଡାଙ୍କ ସମେତ ଭବନର ସମସ୍ତ ସଭ୍ୟମାନେ ଉପସ୍ଥିତ ରହିଥିଲେ ।

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ କର୍ତା ଭାବେ ଦାୟିତ୍ୱ ସମ୍ପର୍ଣ୍ଣ କରିଥିଲେ । ଏହି ଉତ୍ସବରେ ବରିଷ୍ଠ ସାମ୍ବାଦିକ ଶ୍ରୀକାନ୍ତ ଖଟେଇ, ପ୍ରଶାନ୍ତ ଜେନା, ଅନୱର ଅଲ୍ଲୀ, ଅମିତ ପଟ୍ଟନାୟକ, ଦେବବ୍ରତ ନାୟକ, ଅଶୋକ ସାଥୁଆ, ବିଶ୍ୱଭୁଷଣ ମହାପାତ୍ର, ଜନ୍ମେଜୟ ମହାନ୍ତି, ପ୍ରଭାତ ମହାପାତ୍ର, ଭାସ୍କର ସ୍ୱାଇଁ, ଗଗନ ମହାପାତ୍ର, ବିଶ୍ୱନାଥ ବେହେରା, ସୁମନ ସାହୁ, କୈଳାଶ ଚନ୍ଦ୍ର ସିଅ, ବିଭୁତି ଭୁଷଣ ସ୍ୱାଇଁ, ଧୀରେନ୍ଦ୍ର ପଟ୍ଟନାୟକ, ରସାନନ୍ଦ ସ୍ୱାଇଁ, ବିଶ୍ୱଜିତ ନାୟକ, ନିହାର ରଞ୍ଜନ ପଟ୍ଟନାୟକ, ରଜତ ପଟ୍ଟନାୟକ, ରବିନ୍ଦ୍ର ଦାସ, ଦୀନମଣି ମହାନ୍ତି, ଜୟନ୍ତ ମିଶ୍ର,

ସ୍ୱରୁପ କୁମାର ପଟ୍ଟନାୟକ, ନବକିଶୋର ମିଶ୍ର, ମହେଶ ମିଶ୍ର, ଚନ୍ଦ୍ର ବିଜୟୀ ମିଶ୍ର, ଉଦିତ ନାରାୟଣ ଦାସ, ମାନସ ସାହୁ, କ୍ଷୀରୋଦ ପଟ୍ଟନାୟକ, ସୁଭାଶିଷ ପଟ୍ଟନାୟକ, ବିଷ୍ଣୁ ଚରଣ ପଟ୍ଟନାୟକ ଓ ସଞ୍ଜୟ କୁମାର ସ୍ୱାଇଁ ଯୋଗ ଦେଇଥିଲେ ।





