ରଣପୁର, (ବାଘୁଆବାର୍ତ୍ତା): ହିନ୍ଦୁ ଧର୍ମ ସଂସ୍କୃତି ପରମ୍ପରା ଅନୁଯାୟୀ ପ୍ରତ୍ୟକ ଗ୍ରାମ ରେ ପ୍ରତିବର୍ଷ ମାଘ ମାସରେ ଜନ୍ତାଳ ଖାଦ୍ୟ ପେୟ ହୋଇଥାଏ। ପରମ୍ପରା କୁ ବଜାୟ ରଖିବା ପାଇଁ ଓଡ଼ିଶା ୟୁନିଅନ ଅଫ୍ ଜର୍ଣାଲିଷ୍ଟ ର ନୟାଗଡ଼ ଜିଲ୍ଲା ଶାଖା ତରଫରୁ ରଣପୁର ବ୍ଲକ୍ ର ବଜ୍ରକୋଟ ଗ୍ରାମ ପଞ୍ଚାୟତ ହରିପୁର ଠାରେ ଏକ ଜନ୍ତାଳ ଖାଦ୍ୟ ପେୟ ର ଆୟୋଜନ କରାଯାଇଥିଲା। ଇତି ଅବସରରେ ଓଡ଼ିଶା ୟୁନିଅନ ଅଫ୍ ଜର୍ଣାଲିଷ୍ଟ ର ବ୍ଳକ ସଭ୍ୟ ମାନଙ୍କୁ ପରିଚୟପତ୍ର ବଣ୍ଟନ କରାଯାଇଥିଲା। ନୟାଗଡ଼ ଜିଲ୍ଲା ୟୁନିୟନ ଅଫ୍ ଜର୍ଣାଲିଷ୍ଟ ର ଉପଦେଷ୍ଟା ବରିଷ୍ଠ ସାମ୍ବାଦିକ ସଞ୍ଜୟ କୁମାର ସ୍ଵାଇଁ ଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଯାଇଥିଲା। ନୟାଗଡ଼ ଜିଲ୍ଲା ସଭାପତି ଆଚାର୍ଯ୍ୟ ବିଶ୍ୱରଂଜନ ଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା।

ଗଣତନ୍ତ୍ର ଶାସନ ବ୍ୟବସ୍ଥାରେ ଗଣମାଧ୍ୟମ ର ଭୂମିକା ଉପରେ ସଭାପତି ଆଚାର୍ଯ୍ୟ ଆଲୋକପାତ କରିଥିଲେ। ଓୟୁଜେ ଏକ ଟ୍ରେଡ୍ ୟୁନିଅନ ତାର ଭବିଷ୍ୟତ ଓ କାର୍ଯ୍ୟଧାରା ଉପରେ ଆଲୋଚନା କରିଥିଲେ।ଉପଦେଷ୍ଟା ସ୍ବାଇଁ ଗଣମାଧ୍ୟମ ର କର୍ତ୍ତବ୍ୟ ନିଷ୍ଠା ଉପରେ ବୁଝାଇଥିଲେ। ଜିଲ୍ଲା ଉପସଭାପତି ବ୍ରଜ ରଣସିଂହ, ସମ୍ପାଦକ ଆଲୋକ ମହାରଣା, କୋଷାଧ୍ୟକ୍ଷ କୃଷ୍ଣଚନ୍ଦ୍ର ଦାଶ, ବରିଷ୍ଠ ସାମ୍ବାଦିକ ସୁକାନ୍ତ ପଟ୍ଟନାୟକ ଗଣମାଧ୍ୟମ ପ୍ରତି ଆଗାମୀ କର୍ତ୍ତବ୍ୟବୋଧ ଓ ସମସ୍ୟା ଉପରେ ମତ୍ତ ପୋଷଣ କରିଥିଲେ। ରଣପୁର କୁ ଆଗାମୀ ଦିନରେ ସମୃଦ୍ଧ କରିବା ପାଇଁ ଉପସ୍ଥିତ ସଭ୍ୟମାନେ ମତପୋଷଣ କରିଥିଲେ। ଓଡ଼ିଶା ରେ ଗଣମାଧ୍ୟମ ପ୍ରତିନିଧି ଙ୍କ ପାଇଁ ଏକ ପ୍ରକୃଷ୍ଟ ମାଧ୍ୟମ ଓଡ଼ିଶା ୟୁନିଅନ ଅଫ୍ ଜର୍ଣାଲିଷ୍ଟ ବୋଲି ଏକ ସ୍ୱରରେ କୁହାଯାଇଥିଲା






